ଭୁବନେଶ୍ୱର-ଧାନବାଦ୍, ପୁରୀ-ପାଟଣା ସ୍ୱତନ୍ତ୍ର ଟ୍ରେନ୍‌ ସେବା ବୃଦ୍ଧି

ଭୁବନେଶ୍ବର : ରେଳ ଯାତ୍ରୀଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଏବଂ ନିୟମିତ ଟ୍ରେନରେ ଅତିରିକ୍ତ ଯାତ୍ରୀ ଭିଡ଼ ଏଡ଼ାଇବା ପାଇଁ ପୂର୍ବତଟ ରେଳ ପରିସୀମା ମଧ୍ୟ ଦେଇ ଚଳାଚଳ ଓ ଏହାମଧ୍ୟରୁ ଛାଡୁଥିବା କିଛି ସ୍ୱତନ୍ତ୍ର ଟ୍ରେନ୍‌ ସେବା ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି। ଭୁବନେଶ୍ୱରଠାରୁ ପ୍ରତି ମଙ୍ଗଳବାର, ଶୁକ୍ରବାର ଓ ରବିବାର ସନ୍ଧ୍ୟା ୮ଟା ୨୫ରେ ଛାଡ଼ୁଥିବା ଭୁବନେଶ୍ୱର-ଧାନବାଦ୍ ସ୍ପେସାଲ ଏକ୍ସପ୍ରେସ(୦୨୮୩୨) ଡିସେମ୍ବର ୩୦ ପର୍ଯ୍ୟନ୍ତ ଚାଲିବ। ସେହିପରି ଫେରିବା ମାର୍ଗରେ ଧାନବାଦ୍‌ଠାରୁ ପ୍ରତି ବୁଧବାର, ଶନିବାର ଓ ସୋମବାର ଅପରାହ୍ନ ୪ଟାରେ ଛାଡ଼ୁଥିବା ଧାନବାଦ-ଭୁବନେଶ୍ୱର ସ୍ପେସାଲ ଏକ୍ସପ୍ରେସ(୦୨୮୩୧) ଡିସେମ୍ବର ୩୧ ପର୍ଯ୍ୟନ୍ତ ଚଳାଚଳ କରିବ। ପୁରୀରୁ ପ୍ରତି ଶନିବାର ଅପରାହ୍ନ ୨ଟା ୫୫ରେ ଛାଡ଼ୁଥିବା ପୁରୀ-ପାଟଣା ସ୍ପେସାଲ ଏକ୍ସପ୍ରେସ(୦୮୪୩୯) ନଭେମ୍ବର ୨୬ ଯାଏ ଚଳାଚଳ କରିବ। ଫେରିବା ମାର୍ଗରେ ପାଟଣାରୁ ପ୍ରତି ରବିବାର ଅପରାହ୍ନ ୧ଟା ୩୦ରେ ଛାଡ଼ୁଥିବା ପାଟଣା-ପୁରୀ ସ୍ପେସାଲ ଏକ୍ସପ୍ରେସ(୦୮୪୪୦) ନଭେମ୍ବର ୧୧ ପର୍ଯ୍ୟନ୍ତ ଚଳାଚଳ କରିବ।

ପୁରୀ ଓ ସିଆଲଦା(କୋଲକାତା) ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍ ଚାଲିବ। ଅକ୍ଟୋବର ପହିଲାରୁ ୨୯ ତାରିଖ ପର୍ଯ୍ୟନ୍ତ ସିଆଲଦା-ପୁରୀ ସ୍ପେସାଲ ଏକ୍ସପ୍ରେସ(୦୩୧୦୧) ସିଆଲଦାରୁ ପ୍ରତି ଶନିବାର ରାତି ୧୧ଟା ୫୦ରେ ଛାଡ଼ିବାକୁ ଥିବାବେଳେ ଫେରିବା ମାର୍ଗରେ ପୁରୀରୁ ପୁରୀ-ସିଆଲଦା ସ୍ପେସାଲ ଏକ୍ସପ୍ରେସ(୦୩୧୦୨) ପ୍ରତି ରବିବାର ଅପରାହ୍ନ ୩ଟା ୫୦ରେ ଛାଡ଼ିବ। ପୁରୀ ଓ ପାଟଣା ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍ ଚାଲିବ। ପାଟଣା-ପୁରୀ ବିଶେଷ ଟ୍ରେନ(୦୩୨୩୦) ଅକ୍ଟୋବର ୨୭ରୁ ନଭେମ୍ବର ୧୦ ମଧ୍ୟରେ ପାଟଣାରୁ ପ୍ରତି ଗୁରୁବାର ପୂର୍ବାହ୍ନ ୮ଟା ୪୫ରେ ଛାଡ଼ିବ ଏବଂ ଫେରିବା ମାର୍ଗରେ ପୁରୀ-ପାଟଣା ବିଶେଷ ଟ୍ରେନ(୦୩୨୨୯)ଅକ୍ଟୋବର ୨୮ରୁ ନଭେମ୍ବର ୧୧ ମଧ୍ୟରେ ପୁରୀଠାରୁ ପ୍ରତି ଶୁକ୍ରବାର ଅପରାହ୍ନ ୨ଟା ୫୫ରେ ଛାଡ଼ିବ।

ସମ୍ବନ୍ଧିତ ଖବର