ଜୟପୁର: ଆସନ୍ତା ୬ତାରିଖରୁ ଭୁବନେଶ୍ବର-ଜୟପୁର ମଧ୍ୟରେ ଦ୍ବିତୀୟ ବିମାନ ସେବା ଆରମ୍ଭ ହେବାକୁ ଯାଉଛି । ସପ୍ତାହରେ ଦୁଇ ଦିନ ସେବା ମିଳିବ। କେବଳ ସୋମବାର ଏବଂ ଶୁକ୍ରବାର ଯାତ୍ରୀ ସେବା ପାଇବେ ବୋଲି ଇଣ୍ଡିଆ ୱାନ୍ ଏୟାର କଂପାନି ଟ୍ବିଟ୍ କରି ସୂଚନା ଦେଇଛି। କଂପାନି ପକ୍ଷରୁ ଯାତ୍ରୀଙ୍କୁ ଆକର୍ଷଣୀୟ ଅଫର୍ ଦିଆଯାଇଛି। ପ୍ରାରମ୍ଭିକ ଅଫର୍ରେ ମାତ୍ର ୨୯୯୯ଟଙ୍କାରେ ଯାତ୍ରା କରିବାକୁ ସୁବିଧା ମିଳିବ। ପ୍ରତି ସୋମବାର ଏବଂ ଶୁକ୍ରବାର ସକାଳ ୭ଟା ୧୦ମିନିଟ୍ରେ ଭୁବନେଶ୍ବର ଏୟାରପୋର୍ଟରୁ ବିମାନ ବାହାରି ସକାଳ ୮ଟା ୪୫ମିନିଟ୍ରେ ଜୟପୁର ଏୟାରପୋର୍ଟରେ ପହଞ୍ଚିବ। ସେହିପରି ସକାଳ ୯ଟାରେ ଜୟପୁରରୁ ଉଡ଼ାଣ ଭରି ସକାଳ ୧୦ଟା ୩୫ମିନିଟ୍ରେ ଭୁବନେଶ୍ବର ଏୟାରପୋର୍ଟରେ ପହଞ୍ଚିବ। ଏହି ବିମାନ ସେବା ନିମନ୍ତେ ରାଜ୍ୟ ସରକାର ଆର୍ଥିକ ସହଯୋଗ କରିବେ ବୋଲି ସୂଚନା ମିଳିଛି।
ସୂଚନାଯୋଗ୍ୟ, ଗତବର୍ଷ ଅକ୍ଟୋବର ୩୧ତାରିଖରେ ଭୁବନେଶ୍ବର-ଜୟପୁର ମଧ୍ୟରେ ବିମାନ ଚଳାଚଳକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିଥିଲେ। ସେହି ସମୟରେ ସପ୍ତାହରେ ୬ଦିନ ହିଁ ସେବା ମିଳୁଥିଲା। ପରବର୍ତ୍ତୀ ସମୟରେ ବିମାନସେବାକୁ ବିଶାଖାପାଟଣା ପର୍ଯ୍ୟନ୍ତ ସଂପ୍ରସାରିତ କରାଯାଇଥିଲା ଏବଂ ୭ଦିନ ଚଳାଚଳ କରିଥିଲା। ଯାତ୍ରୀଙ୍କ ଚାହିଦା ଅନୁଯାୟୀ ଏହି ବିମାନରେ ଯାତ୍ରା କରିବାକୁ ସୁଯୋଗ ମିଳୁ ନଥିଲା। ତେଣୁ ଦ୍ବିତୀୟ ବିମାନ ଚଳାଚଳ ପାଇଁ ଦାବି ହୋଇ ଆସୁଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/07/flight-ddd.jpg)