ଜୟପୁର: ଗତ ୨୦ତାରିଖ ଦିନ ଜୟପୁର ବିମାନବନ୍ଦରରୁ ଯାତ୍ରୀ ବାହୀ ବିମାନ ଉଡିବା ପାଇଁ  ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ପକ୍ଷରୁ ଲାଇସେନ୍ସ ଦେଇଛି।  ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଜୟପୁର-ଭୁବନେଶ୍ବର, ଭୁବନେଶ୍ବର-ଜୟପୁର ବିମାନ ଉଡିବା ପାଇଁ ବିଞପ୍ତି ପ୍ରକାଶ କରିଥିଲା। ଆଜି ରାତିରେ ଅଚାନକ ଭାବେ ‘ଇଣ୍ଡିଆ ୱାନ ଏୟାର’ ପକ୍ଷରୁ ଟୁଇଟ୍ କରି ୩୧ତାରିଖରୁ ଭୁବନେଶ୍ବର –ଜୟପୁରକୁ ବିମାନ ଚଳାଚଳ କରିବାକୁ ସୂଚନା ଦିଆଯାଇଥିଲା।

Advertisment

ଏହା ପରେ କିଛି ଯାତ୍ରୀ ପ୍ରଥମ ଥର ଭୁବନେଶ୍ବରରୁ ଜୟପୁର ଯାତ୍ରା କରିବା ପାଇଁ  ଇଣ୍ଡିଆ ୱାନ ଏୟାର ସାଇଟ୍ କୁ ଯାଇ ଭୁବନେଶ୍ବରରୁ ଜୟପୁର ଆସିବା ପାଇଁ ଅନଲାଇନ୍ ଟିକେଟ ବି କାଟିଥିବା ସୂଚନା ମିଳିଛି। ଏହା ସାଙ୍ଗକୁ ଇଣ୍ଡିଆୱାନ ଏୟାର ପକ୍ଷରୁ ଅଫର ପ୍ରାଇସ୍ ଭାବେ ୯୯୯ଟଙ୍କା ରଖାଯାଇଛି। ବହୁ ପ୍ରତୀକ୍ଷିତ ଜୟପୁରରୁ ଭୁବନେଶ୍ବର ବିମାନ ଉଡିବା ସ୍ବପ୍ନ ଶେଷକୁ ସଫଳ ହୋଇଛି।  ଗତ କିଛି ଦିନ ହେବ ଜୟପୁର ବିମାନବନ୍ଦରରୁ ଯାତ୍ରୀବାହୀ ବିମାନ ଚଳାଇବା ପାଇଁ ବିଡ୍ ପାଇଥିବା ଇଣ୍ଡିଆ ୱାନ ଏୟାର ପକ୍ଷରୁ ନିୟମିତ ଭାବେ ସବୁ ରକମର ପାଗରେ ଜୟପୁର, ଭୁବନେଶ୍ବର ଓ ବିଶାଖାପାଟଣା ବିମାନବନ୍ଦରରେ କିଭଳି ବିମାନ ଓହ୍ଲାଇବା, ଉପରକୁ ଉଠିବା ଏବଂ ଉଡାଇବା ଅଭ୍ୟାସ ଉଡାଣ ଜାରି ରଖିଥିଲା। ସାଧାରଣରେ ଏହାକୁ ସ୍ବାଗତ କରିବା ସହ ସାମାଜିକ ଗଣମାଧ୍ୟମରେ ରାତିରେ ପ୍ରମୁଖ ଚର୍ଚ୍ଚାର ବିଷୟ ପାଲଟିଛି।