ଜୟପୁର: ନଭେମ୍ବର ୬ ତାରିଖରୁ ଭୁବନେଶ୍ୱର-ଜୟପୁର ମଧ୍ୟରେ ଦ୍ବିତୀୟ ବିମାନ ସେବା ଆରମ୍ଭ ହେବ। ସପ୍ତାହର ସୋମବାର ଓ ଶୁକ୍ରବାର ଏହି ଉଡ଼ିବ ବିମାନ। ଏନେଇ ଟ୍ବିଟ୍ କରି ସୂଚନା ଦେିଇଛି ବିମାନ ସେବା ଯୋଗାଉଥିବା ସଂସ୍ଥା ଇଣ୍ଡିଆ ଓ୍ବାନ୍ ଏୟାର। ପ୍ରାରମ୍ଭିକ ଅଫରରେ ୨୯୯୯ ଟଙ୍କାରେ ଯାତ୍ରା କରି ପାରିବେ ଯାତ୍ରୀ। ରାଜ୍ୟ ସରକାରଙ୍କ ଆର୍ଥିକ ସହାୟତାରେ ଏହି ବିମାନ ଚାଲିବ।

Advertisment

ଏହି ବିମାନ ଭୁବନେଶ୍ବରରୁ ସକାଳ ୭ଟା ୧୦ ମିନିଟରେ ବାହାରି ଜୟପୁରରେ ୮ ଟା ୪୫ ମିନିଟରେ ପହଞ୍ଚିବ। ଜୟପୁରରୁ ସକାଳ ୯ଟାରେ ବାହାରି ଭୁବନେଶ୍ବରରେ ୧୦ଟା ୩୫ ମିନିଟରେ ପହଞ୍ଚିବ ବୋଲି ଇଣ୍ଡିଆ ୱାନ୍‌ ଏୟାର ପକ୍ଷରୁ ସୂଚନା ଦିଆଯାଇଛି। ଏହି ବିମାନ ସେବା ଯୋଗାଇବାରେ ଆର୍ଥିକ ଭାବରେ ରାଜ୍ୟ ସରକାର ସହଯୋଗ କରିବେ। ପୂର୍ବରୁ ପ୍ରଥମ ବିମାନ ୬ଦିନ ବିମାନ ସେବା ଯୋଗାଉଥିବା ବେଳେ ପରବର୍ତ୍ତୀ ସମୟରେ   ଏହା ସପ୍ତାହକ ଯାକ  ସେବା ଯୋଗାଉଥିଲା।  ଗତବର୍ଷ ଅକ୍ଟୋବର ୩୧ ତାରିଖରେ ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଥିଲେ। ଏହାର ସପ୍ତାହକ ପରେ ଜୟପୁରରୁ ବିଶାଖାପାଟଣାକୁ ଚଳାଚଳ କରିଥିଲା। ତେବେ ଦ୍ବିତୀୟ ବିମାନଟି କେବଳ ଭୁବନେଶ୍ବର-ଜୟପୁର ମଧ୍ୟରେ ହିଁ ଥରେ ଆସିବ ଏବଂ ଫେରିବ।