ଜୟପୁର: ଭୁବନେଶ୍ୱର-ଜୟପୁର ମଧ୍ୟରେ ଆରମ୍ଭ ହୋଇଛି ଦ୍ବିତୀୟ ବିମାନ ସେବା। ଆସନ୍ତା ଶୁକ୍ରବାର ଦିନ ପୁଣି ଏହି ବିମାନ ଏହି ସମାନ ସମୟରେ ଆସିବ ଏବଂ ଯିବ।
ସୋମବାର ଏହି ଦ୍ବିତୀୟ ବିମାନ ଭୁବନେଶ୍ବରରୁ ୮ଜଣ ଯାତ୍ରୀ, ୨ଜଣ ମହିଳା ଓଜଣେ ପୁରୁଷ ପାଇଲଟଙ୍କୁ ନେଇ ସକାଳ ୭ଟା ୧୦ ମିନିଟରେ ବାହାରି ଜୟପୁରରେ ୮ ଟା ୪୫ ମିନିଟରେ ବିମାନ ପହଞ୍ଚିଥିଲା। ପୁଣି ଜୟପୁରରୁ ସକାଳ ୯ଟାରେ ବାହାରି ଭୁବନେଶ୍ବରରେ ସାଢ଼େ ୧୦ଟାରେ ପହଚିଂଥିବା ଯାତ୍ରୀ ମାନେ ସୂଚନା ଦେଇଛନ୍ତି।
ପ୍ରକାଶଯୋଗ୍ୟ , ବିମାନ ସେବା ଯୋଗାଇବାରେ ଆର୍ଥିକ ଭାବରେ ରାଜ୍ୟ ସରକାର ସହଯୋଗ କରୁଛନ୍ତି। ସଂପ୍ରତି ଅଫର ପ୍ରାଇସରେ ୨୯୯୯ଟଙ୍କାରେ ଟିକେଟ ବିକ୍ରି ଚାଳିଛି। ଇଣ୍ଡିଆ ୱାନ ଏୟାରର ବ୍ୟବସାୟିକ ବିମାନ ଚଳାଚଳ ଗତ ବର୍ଷ ଅକ୍ଟୋବର ୩୧ତାରିଖରେ ଆରମ୍ଭ କରିଥିଲା। ଏଣୁ କରି ବର୍ଷ ପୂର୍ତ୍ତି ଅବସରରେ ଅଫର ଦିଆଯାଇଥିବା ଇଣ୍ଡିଆ ୱାନ୍ ଏୟାର ପକ୍ଷରୁ କୁହାଯାଇଛି। ଆଜି ଏହି ଦ୍ବିତୀୟ ବିମାନଟି ଚଳାଚଳ କରିଥିବା ବେଳେ ଏଥିରେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀଙ୍କ ସହ ଅନ୍ୟଯାତ୍ରୀ ମାନେ ଦ୍ବିତୀୟ ବିମାନର ଜୟପୁର ଆଡରୁ ପ୍ରଥମ ଯାତ୍ରା କରିଥିଲେ।