ଭୁବନେଶ୍ୱର-କେନ୍ଦୁଝରଗଡ଼, ପୁରୀ-ଅନୁଗୁଳ ମେମୁ ଗଡ଼ିବ
ପୁରୀ-ହଟିଆ, ପୁରୀ-ସମ୍ବଲପୁର ଓ ପୁରୀ-ପାରାଦୀପ ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍
ଭୁବନେଶ୍ବର: ଯାତ୍ରୀଙ୍କ ଅସୁବିଧାକୁ ନଜରରେ ରଖି ଭୁବନେଶ୍ୱର-କେନ୍ଦୁଝରଗଡ଼-ଭୁବନେଶ୍ବର ଓ ପୁରୀ-ଅନୁଗୁଳ-ପୁରୀ ମଧ୍ୟରେ ମେମୁ ଟ୍ରେନ୍ ଚଳାଚଳ କରିବ। ଏଥିସହ ପୁରୀ-ହାଟିଆ, ପୁରୀ-ସମ୍ବଲପୁର ଓ ପୁରୀ-ପାରାଦୀପ ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍ ଚଲାଇବାକୁ ସ୍ଥିର ହୋଇଛି। ପାସେଞ୍ଜର/ମେମୁ ଟ୍ରେନ୍ ଚଳାଚଳ ହେଉ ନ ଥିବାରୁ ଯାତ୍ରୀ ହଇରାଣ ହେଉଥିବା ନେଇ ଲଗାତାର ଭାବେ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ପୂର୍ବତଟ ରେଳପଥ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଭୁବନେଶ୍ୱର-କେନ୍ଦୁଝରଗଡ଼ ମେମୁ(୬୮୪୨୬) ମାର୍ଚ୍ଚ ୩୦ରୁ ଅପରାହ୍ନ ୪ଟା ୩୫ରେ ଭୁବନେଶ୍ୱରରୁ ଛାଡ଼ି ରାତି ୯ଟା ୩୫ରେ କେନ୍ଦୁଝରଗଡ଼ରେ ପହଞ୍ଚିବ ଏବଂ କେନ୍ଦୁଝରଗଡ଼-ଭୁବନେଶ୍ୱର ମେମୁ(୬୮୪୨୫) ସକାଳ ୬ଟା ୩୦ରେ କେନ୍ଦୁଝରଗଡ଼ରୁ ବାହାରି ପୂର୍ବାହ୍ନ ୧୧ଟା ୫ରେ ଭୁବନେଶ୍ବରରେ ପହଞ୍ଚିବ। ସେହିପରି ପୁରୀ-ଅନୁଗୁଳ ମେମୁ(୬୮୪୨୨) ଏପ୍ରିଲ ୫ରୁ ଅପରାହ୍ଣ ୪ଟା ୪୫ରେ ପୁରୀରୁ ବାହାରି ରାତି ୯ଟା ୩୦ରେ ପହଞ୍ଚିବ ଏବଂ ଅନୁଗୁଳ-ପୁରୀ ମେମୁ(୬୮୪୨୧) ସକାଳ ୫ଟା ୪୫ରେ ଅନୁଗୁଳରୁ ବାହାରି ପୂର୍ବାହ୍ନ ୧୦ଟା ୨୦ରେ ପୁରୀରେ ପହଞ୍ଚିବ। ଅନ୍ୟପକ୍ଷରେ ପୁରୀ-ହାଟିଆ-ପୁରୀ ଟ୍ରେନ୍ ଏପ୍ରିଲ ପହିଲାରୁ ପୁରୀରୁ ରାତି ୮ଟା ୩୦ରେ ଛାଡ଼ି ପରଦିନ ପୂର୍ବାହ୍ନ ୧୦ଟା ୪୫ରେ ହାଟିଆରେ ପହଞ୍ଚିବ ଏବଂ ହଟିଆ-ପୁରୀ ଟ୍ରେନ୍ ଏପ୍ରିଲ ୨ରୁ ଅପରାହ୍ଣ ୪ଟାରେ ହଟିଆରୁ ବାହାରି ପରଦିନ ସକାଳ ୬ଟା ୧୦ରେ ପୁରୀରେ ପହଞ୍ଚିବ। ସମ୍ବଲପୁର-ପୁରୀ-ସମ୍ବଲପୁର ସ୍ବତନ୍ତ୍ର ଟ୍ରେନ୍ ଏପ୍ରିଲ ୩ରୁ ସକାଳ ୬ଟାରେ ସମ୍ବଲପୁରରୁ ବାହାରି ଅପରାହ୍ଣ ୧୨ଟା ୫୦ରେ ପୁରୀରେ ପହଞ୍ଚିବ ଏବଂ ଅପରାହ୍ଣ ୩ଟା ୪୫ରେ ପୁରୀରୁ ବାହାରି ରାତି ୧୦ଟା ୧୦ରେ ସମ୍ବଲପୁରରେ ପହଞ୍ଚିବ। ପୁରୀ-ପାରାଦୀପ-ପୁରୀ ସ୍ବତନ୍ତ୍ର ଟ୍ରେନ ଏପ୍ରିଲ ୭ରୁ ସକାଳ ୬ଟା ୧୫ରେ ପୁରୀରୁ ବାହାରି ପୂର୍ବାହ୍ନ ୧୦ଟା ୧୫ରେ ପାରାଦୀପରେ ପହଞ୍ଚିବ ଏବଂ ସନ୍ଧ୍ୟା ୬ଟାରେ ପାରାଦୀପରୁ ଛାଡ଼ି ରାତି ୧୦ଟା ୧୦ରେ ପୁରୀରେ ପହଞ୍ଚିବ।