କ୍ୱାଲାଲମ୍ପୁର- ଭୁବନେଶ୍ୱର ଉଡ଼ାଣ କରୁଥିବା ଏୟାର ଏସିଆ ବିମାନର ଉଡ଼ାଣ ସମୟ ବଦଳିଲା

ଭୁବନେଶ୍ୱର : ଶୀତକାଳୀନ ଉଡ଼ାଣ ସୂଚୀ ଅନୁଯାୟୀ କ୍ୱାଲାଲମ୍ପୁର- ଭୁବନେଶ୍ବର ଉଡ଼ାଣ କରୁଥିବା ଏୟାର ଏସିଆ ବିମାନ ଅକ୍ଟୋବର ୨୭ରୁ ଅଢ଼େଇ ଘଣ୍ଟା ଆଗୁଆ ଯାତାୟାତ କରିବ। ଏହି ବିମାନଟି କ୍ବାଲାଲମ୍ପୁରରୁ ଏବେ ସ୍ଥାନୀୟ ସମୟ ଅନୁଯାୟୀ ରାତି ୧୦ଟା ୧୦ରେ ଛାଡ଼ୁଥିବା ବେଳେ ୨୭ତାରିଖରୁ ସଂଧ୍ୟା ୭ଟା ୪୫ରେ ଛାଡ଼ିବ। ଏଠାରେ ଏବେ ୧୧ଟା ୨୫ରେ ପହଞ୍ଚୁଥିବା ବେଳେ ୨୭ତାରିଖରୁ ରାତି ୯ଟାରେ ପହଞ୍ଚିବ। ସେହିପରି ଭୁବନେଶ୍ବରରୁ ରାତି ୧୧ଟା ୫୫ରେ ଛାଡ଼ୁଥିବା ବେଳେ ୨୭ରୁ ୯ଟା ୩୦ରେ ଛାଡ଼ିବ। ସେଠାରେ ସ୍ଥାନୀୟ ସମୟରେ ରାତି ୩ଟା ୫୦ରେ ପହଞ୍ଚିବ। ମାର୍ଚ୍ଚ ୨୭, ୨୦୨୦ ପର୍ଯ୍ୟନ୍ତ ଏହି ସୂଚୀରେ ବିମାନ ଉଡ଼ାଣ କରିବ ବୋଲି ଭୁବନେଶ୍ବର ବିମାନବନ୍ଦର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ସେହିପରି ଏୟାର ଏସିଆ ବେଙ୍ଗାଲୁରୁ ଏବଂ କୋଲକାତାକୁ ଦୁଇଟି ନୂଆ ବିମାନ ନଭେମ୍ବର ୯ରୁ ଉଡ଼ାଣ ଆରମ୍ଭ କରିବାକୁ ଥିବା ବେଳେ ବର୍ତ୍ତମାନ ବେଙ୍ଗାଲୁରୁ, କୋଲକାତା ଓ ହାଇଦ୍ରାବାଦକୁ ଉଡ଼ାଣ କରୁଥିବା ବିମାନର ଉଡ଼ାଣ ସୂଚୀ ଅକ୍ଟୋବର ୨୭ ଓ ନଭେମ୍ବର ୯ରୁ ପରିବର୍ତ୍ତନ ହେବାକୁ ଯାଉଛି।

ସମ୍ବନ୍ଧିତ ଖବର