ରାଜଧାନୀରେ ନାବାଳିକା ଗଣଦୁଷ୍କର୍ମ ମାମଲା : ଅଫିସ ଆସି ଜେରା କରିବା ପାଇଁ କ୍ରାଇମବ୍ରାଞ୍ଚକୁ ଓଟିଭି ଏମ୍‌ଡିଙ୍କ ପ୍ରସ୍ତାବ

ଭୁବନେଶ୍ବର : ରାଜଧାନୀରେ ନାବାଳିକା ଗଣଦୁଷ୍କର୍ମ ମାମଲାରେ କ୍ରାଇମବ୍ରାଞ୍ଚର ନୋଟିସ୍ ଅନୁସାରେ ଓଟିଭି ଏମ୍‌ଡି ଜଗିମଙ୍ଗତ ପଣ୍ଡା ଆଜି ଇଓଡବ୍ଲୁ କାର୍ଯ୍ୟାଳୟରେ ହାଜର ହେବାର ଥିଲା। କିନ୍ତୁ ତାଙ୍କ ଅଫିସକୁ ଆସି ପଚରାଉଚରା କରିବା ପାଇଁ ଇ-ମେଲ୍ ଯୋଗେ କ୍ରାଇମବ୍ରାଞ୍ଚକୁ ଶ୍ରୀମତୀ ପଣ୍ଡା ପ୍ରସ୍ତାବ ଦେଇଛନ୍ତି। କ୍ରାଇମବ୍ରାଞ୍ଚ ଏହାର ଉତ୍ତର ପାଇବା ପରେ ପରବର୍ତ୍ତୀ ପଦକ୍ଷେପ ସମ୍ପର୍କରେ କିଛି ସ୍ପଷ୍ଟ କରିନାହିଁ। ଗଣଦୁଷ୍କର୍ମ ମାମଲାରେ ଓଟିଭିର କିଛି କର୍ମଚାରୀଙ୍କ ସମ୍ପୃକ୍ତି ଅଭିଯୋଗ ହୋଇଥିବା ବେଳେ ଆଜି ଦିନ ୧୧ଟାରେ ହାଜର ହେବା ପାଇଁ ଶ୍ରୀମତୀ ପଣ୍ଡାଙ୍କୁ କ୍ରାଇମବ୍ରାଞ୍ଚ ପକ୍ଷରୁ ନୋଟିସ୍ ଜାରି କରାଯାଇଥିଲା।

ସୂଚନାଯୋଗ୍ୟ, କ୍ରାଇମବ୍ରାଞ୍ଚ ମାମଲାର ତଦନ୍ତଭାର ନେବା ପରେ ଏମ୍‌ଡିଙ୍କ ପିଏ କୃଷ୍ଣ ବେହେରା ଓ ଦୁଇ ସୁରକ୍ଷାକର୍ମୀଙ୍କୁ ଜେରା କରିଛି। ପୀଡ଼ିତା ନାବାଳିକାଙ୍କ ମା’ଙ୍କୁ କାର୍ଯ୍ୟକ୍ଷେତ୍ରରେ ଯୌନ ନିର୍ଯାତନା ମାମଲାରେ ଆସନ୍ତା ୨୧ ତାରିଖରେ ଶ୍ରୀମତୀ ପଣ୍ଡାଙ୍କୁ ମହିଳା କମିସନରେ ହାଜର ହେବା ପାଇଁ ନୋଟିସ ଜାରି କରାଯାଇଛି।

ସମ୍ବନ୍ଧିତ ଖବର