ଭୁବନେଶ୍ବର: ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ପୁଣି ବିରୋଧ କରାଯାଇଛି। ଭୁବନେଶ୍ବର ମହାନଗର ନିଗମ ଅଧୀନ କଟକରୋଡ ବୁଦ୍ଧେଶ୍ବରୀ କଲୋନି ନିକଟରେ ଆଜି ସନ୍ଧ୍ୟା ପ୍ରାୟ ୮ଟାରେ ଅପରାଜିତାଙ୍କ ଗାଡ଼ିକୁ ଅଟକାଇ ହୋହାଲ୍ଲା କରିଛନ୍ତି ସ୍ଥାନୀୟ ଲୋକେ। ଗାଡ଼ି ଆଗରେ ଶତାଧିକ ଲୋକ ଏକତ୍ର ହୋଇ ସାଂସଦଙ୍କୁ ଅଟକାଇଛନ୍ତି।

Advertisment

ସୂଚନାଯୋଗ୍ୟ, ସାଂସଦ ଅପରାଜିତାଙ୍କୁ ନିଜ ସଂସଦୀୟ କ୍ଷେତ୍ରରେ ବାରମ୍ବାର ବିରୋଧ କରାଯାଉଛି। ଗତ ଅଗଷ୍ଟ ମାସ ୨୪ ତାରିଖରେ ରିକ୍ସା କଲୋନିରେ ଅପରାଜିତା ଷଡ଼ଙ୍ଗୀଙ୍କୁ ପ୍ରବଳ ବିରୋଧ କରାଯାଇଥିଲା । ସ୍ଥାନୀୟ ଲୋକେ ତାଙ୍କୁ ବିରୋଧ କରିଥିଲେ। ଅପରାଜିତା ସେହି ଅଞ୍ଚଳକୁ ଯାଇଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କ ସହ ସାକ୍ଷାତ କରିବାକୁ ଯାଇଥିଲେ କିନ୍ତୁ ସାଂସଦଙ୍କ ସମର୍ଥକ ଏହା କରେଇ ଦେଇନଥିଲେ ବୋଲି ଅଭିଯୋଗ ହୋଇଥିଲା। ସେହିପରି ଅଗଷ୍ଟ ୬ ତାରିଖରେ ନୟାପଲ୍ଲୀ ବେହେରା ସାହିରେ ଅପରାଜିତା ଷଡ଼ଙ୍ଗୀଙ୍କୁ ପ୍ରବଳ ବିରୋଧ କରାଯାଇଥିଲା। ଅଞ୍ଚଳ ବୁଲିବାକୁ ଆସିବା ସମୟରେ ଲୋକେ ପ୍ରଶ୍ନ କରିଥିଲେ। ନିର୍ବାଚନକୁ ଏତେ ଦିନ ବିତିଲାଣି। ଏତେ ବର୍ଷ ହେବ କେଉଁଠି ଥିଲେ ବୋଲି ସ୍ଥାନୀୟ ବାସିନ୍ଦା ପ୍ରଶ୍ନ କରିଥିଲେ। ଗତ ଜୁନ୍‌ ୧୭ ତାରିଖରେ ଟାଙ୍ଗୀ ବ୍ଲକ ଓଲସିଙ୍ଗ ପଞ୍ଚାୟତର ଏକ ବୈଠକରେ ଯୋଗଦେବାକୁ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀଙ୍କୁ ଯିବା ସମୟରେ ମଧ୍ୟ ତାଙ୍କ କାରକୁ ଅଟକାଇଥିଲେ। ଆଉ ଗୋ ବ୍ୟାକ ନାରା ଦେଇଥିଲେ।