ରିଗିଂ ଆଶଙ୍କା କରି ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ

କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବଳ ମୁତୟନ ଦାବି

ଭୁବନେଶ୍ବର: ନିଜ ଲୋକସଭା କ୍ଷେତ୍ରର କେତେକ ଅଞ୍ଚଳରେ ରିଗିଂ ଆଶଙ୍କା କରି ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଭୁବନେଶ୍ବର ସାଂସଦ ତଥା ବିଜେପିର ଲୋକସଭା ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଚିଠି ଲେଖିଛନ୍ତି ଦୁଇଜଣ  ଅବସରପ୍ରାପ୍ତ ପୁଲିସ ଅଫିସରଙ୍କ ଭୂମିକାକୁ ସନ୍ଦେହ କରିବା ସହ ରିଗିଂ ଆଶଙ୍କା କରି ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଅପରାଜିତା ଷଡ଼ଙ୍ଗୀ ଚିଠି ଲେଖିଛନ୍ତି। ସେ କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବଳ (ସିଏପିଏଫ୍) ମୁତୟନ ଦାବି କରିଛନ୍ତି।

ଦୁଇ ଅବସରପ୍ରାପ୍ତ ପୁଲିସ ଅଫିସର ନଗେନ୍ଦ୍ର ମୁଣ୍ଡ ଓ ଶାନ୍ତନୁ ଦାସଙ୍କ ଭୂମିକାକୁ ସନ୍ଦେହ କରି ସେ ଏଭଳି ଚିଠି ଲେଖିବା ଜଣାଯାଇଛି। ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ପାଇଥିବା ନେଇ ସେ ଚିଠିରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଅବଗତ କରିଛନ୍ତି। ଏଣୁ ମଧ୍ୟ ଭୁବନେଶ୍ୱରର ୱାର୍ଡ ନଂ ୪୬, ବାୟାବାବା ମଠ ଅଞ୍ଚଳ, ସହିଦନଗର, ୟୁନିଟ୍-୮, ମାଳିସାହି ଅଞ୍ଚଳ ଓ ଖୋର୍ଦ୍ଧା ସହରାଞ୍ଚ‌ଳରେ ରିଗିଂ ଆଶଙ୍କା ପ୍ରକଟ କରି ସେସବୁ ସ୍ଥାନରେ କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବଳ ମୁତୟନ କରାଯିବାକୁ ଦାବି କରିଛନ୍ତି ଅପରାଜିତା ଷଡ଼ଙ୍ଗୀ।

ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ଆସନ୍ତାକାଲି ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ସମେତ ଏହା ଅନ୍ତର୍ଗତ ସମସ୍ତ ୭ ବିଧାନସଭା ଆସନ ପାଇଁ ମତଦାନ କରାଯିବ। ମତଦାନ ସମୟରେ ବୁଥ ରିଗିଂ ରୋକିବାକୁ ଖୋର୍ଦ୍ଧା ଜିଲ୍ଲାପାଳ ତଥା ଜିଲ୍ଲା ରିଟର୍ଣ୍ଣି ଅଫିସରଙ୍କୁ ଏହି ଚିଠି ଲେଖିଛନ୍ତି ବିଜେପି ସାଂସଦ ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ।

ସମ୍ବନ୍ଧିତ ଖବର