ଶ୍ରୀକ୍ଷେତ୍ର ଓ ଏକାମ୍ର ବିକାଶ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ

ବିସ୍ଥାପିତଙ୍କ ତାଲିକା ପ୍ରକାଶ କର, କ୍ଷତିପୂରଣ କିଭଳି ମିଳୁଛି ସେ ତଥ୍ୟ ସାମ୍ନାକୁ ଆସୁ

ଭୁବନେଶ୍ବର: ଶ୍ରୀକ୍ଷେତ୍ର ପୁରୀ ଏବଂ ଏକାମ୍ର କ୍ଷେତ୍ର ଭବନେଶ୍ବରର ବିକାଶ ପ୍ରକଳ୍ପ ଯେପରି ଭାବେ କାର୍ଯ୍ୟକାରୀ ହେଉଛି ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ଏହି ମର୍ମରେ ସାଂସଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଚିଠି ଲେଖିଛନ୍ତି । ଏହି ଚିଠିରେ ଅପରାଜିତା ଦର୍ଶାଇଛନ୍ତି ଯେ, ପୁରୀରେ ଐତିହ୍ୟର ବିକାଶ ନାଁରେ ମଠର ଉଚ୍ଛେଦ କରାଯାଇ ଜଗନ୍ନାଥ ସଂସ୍କୃତି ସହିତ ସମ୍ପର୍କ ରଖୁଥିବା ପ୍ରାଚୀନ ଐତିହ୍ୟକୁ ନଷ୍ଟ କରାଯାଇଛି । ଏହା କରିବା ପାଇଁ ରାଜ୍ୟ ସରକାରଙ୍କୁ କିଏ ପରାମର୍ଶ ଦେଇଥିଲା ତା’ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରଛନ୍ତି ଅପରାଜିତା ।

ସେହିପରି ଅପରାଜିତା ଷଡ଼ଙ୍ଗୀ କହିଛନ୍ତି ଯେ, ଭୁବନେଶ୍ୱରରେ ଶୁକ-ସାରି ମନ୍ଦିର ନିକଟରେ ଖନନ ବେଳେ କିଛି ପ୍ରାଚୀନ କୀର୍ତିରାଜି ମିଳିଥିଲେ ମଧ୍ୟ ଏହାର ସୁରକ୍ଷା ଦିଗରେ ସରକାର କିପରି ଯତ୍ନବାନ ଅଛନ୍ତି ତାର କୌଣସି ନିର୍ଦ୍ଦିଷ୍ଟ ସୂଚନା ମିଳୁନାହିଁ । ଏସବୁର ଅନୁଧ୍ୟାନ ପାଇଁ ଅପରାଜିତା ଏକ କମିଟି ଗଠନ କରି ଅନୁସନ୍ଧାନ କରାଯାଉ ବୋଲି କହିଛନ୍ତି ।
ଏଥିସହ ଭୁବନେଶ୍ୱର ସାଂସଦ ଅଭିଯୋଗ କରିଛନ୍ତି ଯେ ଐତିହ୍ୟର ବିକାଶ ପାଇଁ ଯେଉଁମାନେ ବିସ୍ଥାପିତ ହେଉଛନ୍ତି, ସେମାନଙ୍କୁ ପ୍ରାପ୍ୟ ଠିକ ଭାବେ ମିଳୁନାହିଁ । ଯେଉଁ ବିସ୍ଥାପିତମାନଙ୍କୁ ସରକାର ପ୍ରାପ୍ୟ ପ୍ରଦାନ କରୁଛନ୍ତି ସ୍ୱଚ୍ଛତା ଆଧାରରେ ସେମାନଙ୍କ ତାଲିକା ପ୍ରକାଶ କରନ୍ତୁ ବୋଲି ଏହି ଚିଠିରେ ଦାବି କରିଛନ୍ତି ଅପରାଜିତା ।
ସମ୍ବନ୍ଧିତ ଖବର