୬ ତାରିଖ ଭୁବନେଶ୍ବର-ମୁମ୍ବାଇ ସିଏସ୍‌ଏମ୍‌ଟି କୋଣାର୍କ ଏକ୍ସପ୍ରେସ୍‌ ବାତିଲ୍‌

ଭୁବନେଶ୍ବର : ଶୁକ୍ରବାର ଭୁବନେଶ୍ବର ରେଳଷ୍ଟେସନରୁ ଛାଡ଼ିବାକୁ ଥିବା ଭୁବନେଶ୍ବର-ମୁମ୍ବାଇ ସିଏସ୍‌ଏମ୍‌ଟି କୋଣାର୍କ ଏକ୍ସପ୍ରେସ୍‌କୁ ବାତିଲ୍‌ କରାଯାଇଛି। ମୁମ୍ବାଇରେ ପ୍ରବଳ ବର୍ଷା ହେଉଥିବାରୁ ମୁମ୍ବାଇରୁ ଛାଡ଼ିବାକୁ ଥିବା ମୁମ୍ବାଇ ସିଏସ୍‌ଏମ୍‌ଟି-ଭୁବନେଶ୍ବର ଏକ୍ସପ୍ରେସ୍‌ ଆଜି ବାତିଲ୍‌ ହୋଇଛି। ତେବେ ଗୁରୁବାର ଭୁବନେଶ୍ବରରୁ ଛାଡ଼ିବାକୁ ଥିବା ଭୁବନେଶ୍ବର-ମୁମ୍ବାଇ ସିଏସ୍‌ଏମ୍‌ଟି କୋଣାର୍କ ଏକ୍ସପ୍ରେସ୍‌ ସ୍ବାଭାବିକ ଭାବେ ଚାଲିବ।

ସମ୍ବନ୍ଧିତ ଖବର