ବିଏମ୍‌ସିର ୩ ସ୍କ୍ରିନିଂ ସେଣ୍ଟର୍‌ରେ ୭୨ ଘଣ୍ଟାରେ ୨୦୦ ଜଣଙ୍କର ସ୍କ୍ରିନିଂ‌ ହୋଇଛି

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରକୁ ଆସୁଥିବା ରୋଗୀମାନଙ୍କ ପାଇଁ ଭୁବନେଶ୍ବର ମୁନିସିପାଲ୍‌ କର୍ପୋରେସନ୍‌(ବିଏମ୍‌ସି) ଜୋନାଲ୍‌ ସ୍ତରରେ ୩ଟି ରିସେପ୍‌ସନ ସେଣ୍ଟର୍‌ ଖୋଲିଥିବା ସୂଚନା ରହିଛି। ଫଳରେ ଏହି ସେଣ୍ଟର୍‌ମାନଙ୍କରେ ସ୍କ୍ରିନିଂ ଟେଷ୍ଟ୍‌ କରାଯାଉଛି।

ଏହି ସେଣ୍ଟର୍‌ଗୁଡ଼ିକ ଖଣ୍ଡଗିରିର ତପୋବନ୍‌ ହାଇସ୍କୁଲ୍‌, ରସୁଲଗଡ଼ର ସେବାଶ୍ରମ ସ୍କୁଲ୍‌ ଓ କୃପାଜଳ ଇଞ୍ଜିନିୟରିଂ କଲେଜ୍‌ରେ ଖୋଲାଯାଇଛି।

ଏ ନେଇ ଦକ୍ଷିଣ ପଶ୍ଚିମ ଜୋନାଲ୍‌ର ଡେପୁଟି କମିସନର୍‌ ରବି ନାରାୟଣ ଜେଠି କହିଛନ୍ତି, ‘ସହରର ବାସିନ୍ଦାମାନଙ୍କ ବ୍ୟତୀତ ରାଜ୍ୟ ବାହାରୁ ଆସୁଥିବା ଯାତ୍ରୀମାନେ ନିଜ ଜିଲ୍ଲାକୁ ଯିବା ପୂର୍ବରୁ ଏଠାରେ ରହି ସ୍କ୍ରିନିଂ କରାଇ ଯାଇପାରିବେ।’


HomeRent

ଏହି ସେଣ୍ଟର୍‌ମାନଙ୍କରେ ସ୍କ୍ରିନିଂ ପାଇଁ ସଦା ବେଳେ ଡାକ୍ତର ଉପଲବ୍ଧ ରହିବେ। ଗତ ୭୨ ଘଣ୍ଟା ମଧ୍ୟରେ ୨୦୦ ଜଣଙ୍କର ସ୍କ୍ରିନିଂ କରା ସରିଥିବା ସୂଚନା ରହିଛି।

ଶନିବାର ହାଇଦ୍ରାବାଦ୍‌ରୁ ଆସିଥିବା ୪୪ ଜଣ ରାଜଧାନୀ ଭୁବନେଶ୍ବରରେ ପହଞ୍ଚିବା ପରେ ସେମାନଙ୍କୁ ଖଣ୍ଡଗିରି ରିସେପ୍‌ସନ୍‌ରେ ସ୍କ୍ରିନିଂ କରାଯାଇ ଛଡ଼ାଯାଇଛି। କେବଳ ସେତିକି ନୁହେଁ, ଶନିବାର ୧୪ ନମୁନା ସଂଗ୍ରହ କରାଯାଇ କୋଭିଡ୍‌-୧୯ ପରୀକ୍ଷଣ ପାଇଁ ପଠା ଯାଇଥିଲା।

ସମ୍ବନ୍ଧିତ ଖବର