ପୁରୀ : ପୁରୀ ଏବଂ ଭୁବନେଶ୍ୱରରେ ବସ୍ର ସମୟ ନିର୍ଘଣ୍ଟକୁ କେନ୍ଦ୍ର କରି ଉଭୟ ଅଞ୍ଚଳର ବସ୍ ମାଲିକଙ୍କ ମଧ୍ୟରେ ବିବାଦ ଆଜି ମଧ୍ୟ ସମାଧାନ ହୋଇ ପାରିନି। ଫଳରେ ଏହି ରୁଟ୍ରେ ବସ୍ ଚଳାଚଳ କ୍ରମାଗତ ତିନି ଦିନ ଧରି ବାଧାପ୍ରାପ୍ତ ହୋଇଛି। ଗତକାଲି ଯେଉଁଭଳି ପୁରୀର ବସ୍ଗୁଡ଼ିକୁ ଭୁବନେଶ୍ୱର ବସ୍ ମାଲିକମାନେ ଅଟକାଇ ରଖିଥିଲେ, ଆଜି ମଧ୍ୟ ତାହା ଜାରି ରହିଥିଲା। ପୁରୀ ବସ୍ ମାଲିକମାନଙ୍କର କୌଣସି ଗାଡ଼ିକୁ ସେଠାରୁ ଛଡ଼ାଯାଇ ନଥିଲା। ସେହିପରି ପୁରୀ ବସ୍ଷ୍ଟାଣ୍ଡରେ ମଧ୍ୟ ସେଠାକାର ବସ୍ ମାଲିକମାନେ ଭୁବନେଶ୍ୱରର ବସ୍ଗୁଡ଼ିକୁ ଅଟକାଇ ରଖିଥିଲେ। ଏ ନେଇ ପୁରୀରେ ବସ୍ ମାଲିକମାନେ ଆଜି ଏକ ଜରୁରୀ ବୈଠକର ଆୟୋଜନ କରିଥିଲେ ମଧ୍ୟ ଅଚଳାବସ୍ଥା ହଟି ନାହିଁ। ଭୁବନେଶ୍ୱର ବସ୍ କର୍ମଚାରୀ ଓ ମାଲିକମାନଙ୍କ ଅସହଯୋଗକୁ ପୁରୀ ବସ୍ ମାଲିକମାନେ ବୈଠକରେ ନିନ୍ଦା କରିଥିଲେ। ତେବେ ଆଜି ସନ୍ଧ୍ୟା ସୁଦ୍ଧା ପୁରୀରେ ଥିବା ଭୁବନେଶ୍ୱରର ବସ୍ଗୁଡ଼ିକ ଛାଡ଼ି ଦିଆଯାଇଥିବା ପୁରୀ ବସ୍ ମାଲିକ ସଂଘର ସମ୍ପାଦକ ଲୋକନାଥ ପାଣି କହିଛନ୍ତି। ମାଲିକ ସଂଘ ବିବାଦକୁ ନେଇ ଆଜି ପୁରୀ ଓ ଭୁବନେଶ୍ୱର ବସ୍ ମାଲିକମାନଙ୍କର ବସ୍ ଚଳାଚଳ ବନ୍ଦ ଥିଲେ ମଧ୍ୟ ପୁରୀ-କଟକ ରୁଟ୍ରେ ବସ୍ ଚଳାଚଳ ଗତକାଲି ଭଳି ସ୍ୱାଭାବିକ ଥିଲା। ବସ୍ ଚଳାଚଳ ସମୟକୁ ନେଇ ଦୁଇ ମାଲିକ ସଂଘ ମଧ୍ୟରେ ବାରମ୍ବାର ବିବାଦ ଉପୁଜୁଛି। ପୂର୍ବରୁ ପୁଲିସ୍ର ମଧ୍ୟସ୍ଥତାରେ ଅନେକଥର ବୈଠକର ଆୟୋଜନ ହୋଇଛି। ମାତ୍ର ବୈଠକରେ ଯାହା ନିଷ୍ପତ୍ତିି ହୋଇଥାଏ, ତାହା ଦୀର୍ଘ ସମୟ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରି ନ ଥିବା କିଛି ବସ୍ ମାଲିକ କହିଛନ୍ତି।
ଭୁବନେଶ୍ୱର-ପୁରୀ ବସ୍ ମାଲିକ ବିବାଦ ତୁଟୁନି : ସ୍ୱାଭାବିକ ହେଉନି ବସ୍ ଚଳାଚଳ
/sambad/media/post_attachments/wp-content/uploads/2018/09/bus-stand.jpg-f.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)