ଭୁବନେଶ୍ବର-ରାଜଧାନୀ ଟ୍ରେନ୍‌ ସପ୍ତାହକୁ ଚାରି ଦିନ

ଭୁବନେଶ୍ବର : ଭୁବନେଶ୍ବର-ନୂଆଦିଲ୍ଲୀ-ଭୁବନେଶ୍ବର ରାଜଧାନୀ ବିଶେଷ ଟ୍ରେନ ଜୁଲାଇ ୧୪ ପର୍ଯ୍ୟନ୍ତ ସପ୍ତାହକୁ ୪ ଦିନ ଚଳାଚଳ କରିବାକୁ ନିଷ୍ପତ୍ତି ନିଆଯାଇଛି। ଭୁବନେଶ୍ବର-ନୂଆଦିଲ୍ଲୀ ରାଜଧାନୀ ଟ୍ରେନ(୦୨୮୨୩) ଭାୟା ଟାଟା ଭୁବନେଶ୍ବରରୁ ପ୍ରତି ମଙ୍ଗଳବାର ଓ ଗୁରୁବାର ଚଳାଚଳ କରିବ ଏବଂ ସୋମବାର ଓ ଶୁକ୍ରବାର ବାତିଲ ରହିବ। ନୂଆଦିଲ୍ଲୀ-ଭୁବନେଶ୍ବର ରାଜଧାନୀ ଟ୍ରେନ(୦୨୮୨୪) ଭାୟା ଟାଟା ନୂଆଦିଲ୍ଲୀରୁ ପ୍ରତି ବୁଧବାର ଓ ଗୁରୁବାର ଚଳାଚଳ କରିବାକୁ ଥିବା ବେଳେ ମଙ୍ଗଳବାର ଓ ଶନିବାର ବାତିଲ ରହିବ।

ଭୁବନେଶ୍ବର-ନୂଆଦିଲ୍ଲୀ-ଭୁବନେଶ୍ବର ରାଜଧାନୀ ବିଶେଷ ଟ୍ରେନ(୦୨୮୨୫/୦୨୮୨୬) ଭାୟା ଆଦ୍ରା ଭୁବନେଶ୍ବରରୁ ରବିବାର ଓ ବୁଧବାର ଏବଂ ନୂଆଦିଲ୍ଲୀରୁ ସୋମବାର ଓ ଶୁକ୍ରବାର ଚାଲିବ। ଭୁବନେଶ୍ବର-ନୂଆଦିଲ୍ଲୀ-ଭୁବନେଶ୍ବର ରାଜଧାନୀ ଟ୍ରେନ(୦୨୮୫୫/୦୨୮୫୬) ଭାୟା ସମ୍ବଲପୁର ସିଟି ଓ ରାଉରକେଲା ଭୁବନେଶ୍ବରରୁ ଜୁଲାଇ ୩ ଓ ୧୦(ଶନିବାର) ଏବଂ ନୂଆଦିଲ୍ଲୀରୁ ଜୁଲାଇ ୪ ଓ ୧୧(ରବିବାର) ଦିନ ବାତିଲ ରହିବ।

ସମ୍ବନ୍ଧିତ ଖବର