ଭୁବନେଶ୍ବର: ସାର ଓଡ଼ିଶା ସମତେ ରାଜଧାନୀ ଭୁବନେଶ୍ବର ମଧ୍ୟ ଆଜି ପ୍ରବଳ ଖରାରେ ସିଝିଛି। ଭୁବନେଶ୍ବରରେ ଆଜିର ତାପାମାତ୍ରା ୪୦ ଡିଗ୍ରି ଉପରେ ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ରିପୋର୍ଟ ଅନୁସାରେ ଭୁବନେଶ୍ୱରରେ ଆଜିର ତାପମାତ୍ରା ୪୦.୮ ଡିଗ୍ରି ରେକର୍ଡ ହୋଇଛି। ସୂଚନାଯୋଗ୍ୟ ଚଳିତ ବର୍ଷ ଦ୍ୱିତୀୟ ଥର ପାଇଁ ଭୁବନେଶ୍ୱର ତାପମାତ୍ରା ୪୦ ଡିଗ୍ରି ରେକର୍ଡ କରାଯାଇଛି। ଏହା ପୂର୍ବରୁ ଭୁବନେଶ୍ବରରେ ଗତ ୧୮ ତାରିଖରେ ୪୦.୨ ଡିଗ୍ରି ରେକର୍ଡ କରାଯାଇଥିଲା।
/sambad/media/post_attachments/wp-content/uploads/2022/04/FQ-1024x575.jpg)
ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ବର ଶାଖା ପକ୍ଷରୁ କୁହାଯାଇଛି ଯେ, ଭୁବନେଶ୍ବରରେ ଆଜି ବର୍ଷର ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି। ଆଜି ପୂର୍ବାହ୍ନରେ ଯଦିଓ ଖରାର ପ୍ରଭାବ କମ ଥିଲା କିନ୍ତୁ ସକାଳ ୧୦ଟା ପରେ ତାପମାତ୍ରା ବଢ଼ିଥିଲା। ସନ୍ଧ୍ୟା ୫ଟା ପରେ ମଧ୍ୟ ଭୁବନେଶ୍ବରରେ ଗରମ ପବନ ପ୍ରବାହିତ ହେଉଥିଲା। ଦିନ ସମୟର ତାପମାତ୍ରା ଲୋକଙ୍କୁ ଅଧିକ ଅସ୍ତବ୍ୟସ୍ତ କରିପକାଇଥିଲା। ଭୁବନେଶ୍ବର ସମେତ ରାଜ୍ୟର ଅନ୍ୟ ସହରଗୁଡ଼ିକରେ ମଧ୍ୟ ଆଜି ଖରା ଅସହ୍ୟ ହୋଇଥିଲା।
/sambad/media/post_attachments/wp-content/uploads/2022/04/FQ8-1024x583.jpg)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/c6ee3ead-4237-4f8c-84c1-edca444f7e7c.jpg)