ପୁରୀ: ୨୦୨୪ ମାର୍ଚ୍ଚ ମାସରୁ ୬ ଲେନ୍ ବିଶିଷ୍ଟ ଭୁବନେଶ୍ବର ରିଂରୋଡ୍ କାମ ଆରମ୍ଭ ହେବ ବୋଲି କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି। ଶ୍ରୀ ଗଡ଼କରୀ କହିଛନ୍ତି, ପରିବହନ ଓ ଯାତାୟାତ ଦୃଷ୍ଟିକୋଣରୁ ଓଡ଼ିଶା ପାଇଁ ଭୁବନେଶ୍ବର ରିଂରୋଡ୍ର ଆବଶ୍ୟକତା ରହିଛି। ଏଥିପାଇଁ ୬ହଜାର ୨୫୩ କୋଟି ଟଙ୍କା ମଞ୍ଜୁର ହୋଇଛି। ମୋଟ୍ ୧୧୧ କିଲୋମିଟର ରିଂରୋଡ୍ ନିର୍ମାଣ ହେବ। ଦୁଇଟି ପର୍ଯ୍ୟାୟରେ ଏହି ନିର୍ମାଣ କାର୍ଯ୍ୟ ହେବ। ପ୍ରଥମ ପର୍ଯ୍ୟାୟରେ ୭୧ କିଲୋମିଟର ଓ ଦ୍ବିତୀୟ ପର୍ଯ୍ୟାୟରେ ୪୦ କିଲୋମିଟର ରାସ୍ତା ନିର୍ମାଣ ହେବ। ଏହି ରିଂରୋଡ୍ ରାମେଶ୍ବର, ଟାଙ୍ଗି ଆଦି ଅଞ୍ଚଳକୁ ସଂଯୋଗ କରିବ। ଏହାଦ୍ବାରା ଭୁବନେଶ୍ବର, କଟକ, ଖୋର୍ଦ୍ଧା ଜିଲ୍ଲା ଉପକୃତ ହେବେ। ଏହି ରାସ୍ତା ହେବା ଫଳରେ ପ୍ରାୟ ଦେଢ଼ ଘଣ୍ଟାର ସମୟ ବଞ୍ଚିବ ବୋଲି ଶ୍ରୀ ଗଡ଼କରୀ କହିଛନ୍ତି।
ମାର୍ଚ୍ଚରୁ ଭୁବନେଶ୍ବର ରିଂରୋଡ୍ କାମ
/sambad/media/post_attachments/wp-content/uploads/2022/11/nitin.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)