ଭୁବନେଶ୍ବରର ଜଣେ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର: ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ଜଣାଯାଇଛି। ସେ ଭୁବନେଶ୍ବରର ବୋଲି ଜଣାଯାଇଛି। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ  ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହେବା ପରେ ରାଜ୍ୟରେ ଏବେ ସୁଦ୍ଧା ୩୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ଭୁବନେଶ୍ୱର ଧୀରେ ଧୀରେ କରୋନା ମୁକ୍ତ ହେଉଛି । ରାଜଧାନୀରେ ଲଗାତାର କରୋନା ରୋଗୀଙ୍କ ସଂଖ୍ୟା ବଢ଼ୁଥିବା ଯୋଗୁଁ କେନ୍ଦ୍ର ସରକାର ହଟସ୍ପଟ ଜୋନ୍ ଭାବେ ଘୋଷଣା କରିଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ରେଡ଼୍ ଜୋନ୍ ଘୋଷଣା କରାଯାଇଥିଲା । ତେବେ ଭୁବନେଶ୍ୱର ସମ୍ପୂର୍ଣ୍ଣ ବିପଦମୁକ୍ତ ହୋଇ ନ ଥିଲେ ସୁଦ୍ଧା ଜଣଙ୍କ ପରେ ଜଣେ ସୁସ୍ଥ ହେବା ନିହାତି ଆଶ୍ୱସ୍ତିର ଖବର । ଭୁବନେଶ୍ୱରରେ ମୋଟ୍ ୪୬ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ପ୍ରାଣ ହରାଇଥିବା ବେଳେ ମୋଟ୍ ଏବେ ସୁଦ୍ଧା ୨୨ ଜଣ ସୁସ୍ଥ ହୋଇଛନ୍ତି । ଅନ୍ୟପଟେ ୨୩ ଜଣ ସକ୍ରିୟ ସଂକ୍ରମିତ ବିଭିନ୍ନ କୋଭିଡ଼୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

ସୂଚନାଯୋଗ୍ୟ, ଗତକାଲି ଗୋଟିଏ ଦିନରେ ୨୨୦୯ଟି ନମୁନା ପରୀକ୍ଷା ହୋଇଛି। ମଙ୍ଗଳବାର ୨ ହଜାର ୨୭ଟି ନମୁନା ପରୀକ୍ଷା ହୋଇଥିଲା। ବୁଧବାର ଏହି ସଂଖ୍ୟାକୁ ଅତିକ୍ରମ କରି ୨ ହଜାର ୨୦୯ଟି ନମୁନା ପରୀକ୍ଷା ହୋଇଛି । ଏହା ରାଜ୍ୟ ପାଇଁ ରେକର୍ଡ ସଂଖ୍ୟକ ପରୀକ୍ଷା। ଏହାକୁ ମିଶାଇ ରାଜ୍ୟରେ ମୋଟ୍ ନମୁନା ପରୀକ୍ଷଣ ସଂଖ୍ୟା ୧୫ ହଜାର ୯୮୪ରେ ପହଞ୍ଚିଛି।
ଏହା ମଧ୍ୟରୁ ୮୩ଟି ନମୁନା ପଜିଟିଭ୍ ଆସିଥିଲା। ସୁସ୍ଥ ହୋଇ ଘରକୁ ଫେରିଥିଲେ ୩୨ ଜଣ । ବର୍ତ୍ତମାନ ସୁଦ୍ଧା କରୋନାରେ ଜଣଙ୍କର ମୃତ୍ୟୁ ହୋଇଛି ।

ସମ୍ବନ୍ଧିତ ଖବର