ଭୁବନେଶ୍ୱରରେ ପୁଣି ୨ କରୋନା ପଜିଟିଭ୍ ଚିହ୍ନଟ, ଉଭୟେ ପଟିଆ ଅଞ୍ଚଳର

ଭୁବନେଶ୍ୱର: ରବିବାର ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ୨ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।  ଏଦୁହେଁ ପଟିଆ ଅଞ୍ଚଳର ଜଣେ ୪୦ ବର୍ଷିୟ ପୁରୁଷ ଓ ୮ ବର୍ଷୀୟ ଝିଅ ବୋଲି ଜଣାଯାଇଛି। ଉଭୟେ ଗୋଟିଏ ପରିବାରର ବୋଲି ବି ଜଣାଯାଇଛି। ଉଭୟଙ୍କର ଦିଲ୍ଲୀ ଗସ୍ତ ନେଇ ଟ୍ରାଭେଲ ହିଷ୍ଟ୍ରି ରହିଛି ବୋଲି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି।

ଏବେ ଭୁବନେଶ୍ୱର ମହାନଗର ନିଗମରେ ମୋଟ୍ କରୋନା ପଜିଟିଭ ଚିହ୍ନଟଙ୍କ ସଂଖ୍ୟା ୮୮କୁ ବୃଦ୍ଧି ପାଇଛି। ଏବେ ଭୁବନେଶ୍ୱର ମହାନଗର ନିଗମରେ ୫୧ଜଣ ସୁସ୍ଥ ହୋଇଥିବା ବେଳେ ୩୪ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି। କରୋନାରେ ଆକ୍ରାନ୍ତ ହୋଇ ୩ଜଣଙ୍କର ମୃତ୍ୟୁ ହୋଇଛି।

ସମ୍ବନ୍ଧିତ ଖବର