ଜାନୁଆରି ୧ ନୁହେଁ ୨୦ରେ ଭୁବନେଶ୍ୱର-ସୁରଟ ବିମାନ ସେବା ଆରମ୍ଭ ହେବ, ଟ୍ଵିଟ କରି ଜଣାଇଲେ ସାଂସଦ ଅପରାଜିତା ଷଡଙ୍ଗୀ

ଭୁବନେଶ୍ୱର : ଆସନ୍ତା ଜାନୁଆରି ୨୦ରୁ ଭୁବନେଶ୍ୱରରୁ ସୁରଟକୁ ବିମାନସେବା ଆରମ୍ଭ ହେବ । ଏ ସଂପର୍କରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଟ୍ଵିଟ କରି ସୂଚନା ଦେଇଛନ୍ତି । ଗତ ଅକ୍ଟୋବର ମାସରେ କହିଥିଲେ ଯେ ଜାନୁଆରି ୧ରୁ ବିମାନ ଚଳାଚଳ ଆରମ୍ଭ ହେବ । କିନ୍ତୁ ଆଜି ସେ ସୂଚନା ଦେଇଛନ୍ତି ଯେ ଜାନୁଆରି ୨୦ରୁ ହିଁ ସେବା ଆରମ୍ଭ ହେବ । ନିଜ ଟ୍ଵିଟ ସହ ସେ ଏୟାର ଇଣ୍ଡିଆ ଠାରୁ ମିଳିଥିବା ଏକ ପତ୍ର ସଂଲଗ୍ନ କରିଛନ୍ତି ।

ଏୟାର ଇଣ୍ଡିଆର ସୂଚନା ଅନୁସାରେ ସୋମବାରଠାରୁ ଗୁରୁବାର ପର୍ଯ୍ୟନ୍ତ ଏକ ଫ୍ଲାଇଟ ସକାଳ ୬ଟା ୧୦ରେ ବାଙ୍ଗାଲୁରରୁ ବାହାରି ୮ଟା ୧୦ରେ ଭୁବନେଶ୍ୱରରେ ପହଞ୍ଚିବ । ଏହି ବିମାନ ୮ଟା ୪୦ରେ ଭୁବନେଶ୍ୱରଛାଡି ୧୦ଟା ୪୦ରେ ସୁରଟରେ ପହଞ୍ଚିବ । ସୁରତରୁ ଏହା ୧୧ଟା ୧୦ରେ ଛାଡି ଅପରାହ୍ଣ ୧ଟା ୧୦ରେ ବାଙ୍ଗାଲୁରୁରେ ପହଞ୍ଚିବ । ଶୁକ୍ରବାରରୁ ରବିବାର ଏହି ବିମାନ ସକାଳ ୬ଟା ୧୦ରେ ବାଙ୍ଗାଲୁରୁଛାଡି ୮ଟା ରେ ସୁରଟରେ ପହଞ୍ଚିବ । ସୁରଟରୁ ସାଢେ ୮ଟାରେ ଛାଡି ସାଢେ ୧୦ଟାରେ ଭୁବନେଶ୍ୱରରେ ପହଞ୍ଚିବ ।

ସମ୍ବନ୍ଧିତ ଖବର