ନୂଆଦିଲ୍ଲୀ: ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମକୁ ଦେଶର ପ୍ରଥମ ୮ଟି ଖେଲୋ ଇଣ୍ଡିଆ ଷ୍ଟେଟ ସେଣ୍ଟର ଅଫ୍ ଏକ୍ସଲେନ୍ସ (କେଆଇଏସସିଇ) ମଧ୍ୟରେ ସ୍ଥାନୀତ କରାଯାଇଛି। ଏହା ଭାରତୀୟ କ୍ରୀଡ଼ା ପ୍ରାଧିକରଣର ଫ୍ଲାଗସିପ୍ ପ୍ରତିଭା ଚିହ୍ନଟ ଏବଂ ପୋଷଣ କାର୍ଯ୍ୟକ୍ରମ ଖେଲୋ ଇଣ୍ଡିଆର ଅନ୍ତର୍ଭୁକ୍ତ ହୋଇଛି | ୪ ବର୍ଷ ମଧ୍ୟରେ ମୋଟ ବଜେଟ୍ ୧୨.୦୨ କୋଟି ଟଙ୍କା ବ୍ୟୟରେ କଳିଙ୍ଗ ଷ୍ଟାଡିୟମକୁ ନବୀକରଣ କରାଯିବ |
Sambad is now on WhatsApp
Join and get latest news updates delivered to you via WhatsApp
ଭିତ୍ତିଭୂମି ନବୀକରଣ,କ୍ରୀଡା ବିଜ୍ଞାନ କେନ୍ଦ୍ର ପ୍ରତିଷ୍ଠା ଏବଂ ଗୁଣାତ୍ମକ ପ୍ରଶିକ୍ଷଣ ସାଙ୍ଗକୁ ଫିଜିଓଥେରାପିଷ୍ଟ, କ୍ରୀଡ଼ା ବିଶେଷଜ୍ଞ ନିଯୁକ୍ତ ହେବେ | ଖେଳାଳିମାନଙ୍କୁ ଉଚ୍ଚମାନର ଉପକରଣ ମଧ୍ୟ ଯୋଗାଇ ଦିଆଯିବ | ଏହାର ସୁପରିଚାଳନା ନିଶ୍ଚିତ କରିବାକୁ ଏକାଡେମୀରେ ଉଚ୍ଚ କାର୍ଯ୍ୟଦକ୍ଷତା ସଂପନ୍ନ ପରିଚାଳକ ମଧ୍ୟ ରହିବେ |
କ୍ରୀଡା ମନ୍ତ୍ରଣାଳୟ ପ୍ରତ୍ୟେକ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଂଚଳରେ କ୍ରୀଡା ଭିତ୍ତିଭୂମିକୁ ନବୀକରଣ କରୁଛି, ରାଜ୍ୟର ସହଭାଗିତାରେ ଏବଂ ସମଗ୍ର ଦେଶରେ ଏକ ଦୃଢ଼ କ୍ରୀଡ଼ା ଇକୋସିଷ୍ଟମ୍ ସୃଷ୍ଟି କରିବା ଲକ୍ଷ୍ୟରେ କେଆଇଏସସିଇ ଗଠନ କରୁଛି | ପ୍ରଥମ ପାଦରେ ଓଡ଼ିଶାର ଭୁବନେଶ୍ୱରରେ ଥିବା ୮ଟି କେଆଇଏସସିଇ ଚିହ୍ନଟ କରାଯାଇଛି। ଅନ୍ୟ କେଆଇଏସସିଇଗୁଡିକ ମିଜୋରାମ, ତେଲେଙ୍ଗାନା, ମଣିପୁର, ନାଗାଲାଣ୍ଡ, ଅରୁଣାଚଳ ପ୍ରଦେଶ, କର୍ଣ୍ଣାଟକ ଏବଂ କେରଳରେ ପ୍ରତିଷ୍ଠା କରାଯିବ।
କେଆଇଏସସିଇ ପ୍ରତିଷ୍ଠା ନିଷ୍ପତ୍ତି ବିଷୟରେ ବକ୍ତବ୍ୟ ରଖି କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ର କିରନ୍ ରିଜିଜୁ କହିଛନ୍ତି, ଖେଲୋ ଇଣ୍ଡିଆ ଷ୍ଟେଟ ସେଣ୍ଟର ଅଫ୍ ଏକ୍ସଲେନ୍ସ ଗୋଟିଏ ପଟେ ଦୃଢ଼ କ୍ରୀଡା ଇକୋସିଷ୍ଟମ ଏବଂ ଅନ୍ୟ ପଟେ ଅଲିମ୍ପିକ୍ସରେ ଭାରତର ଉତ୍କର୍ଷତା ହାସଲ କରିବା ଦିଗରେ ଆଉ ଏକ ପଦକ୍ଷେପ। ଏହି ଅତ୍ୟାଧୁନିକ କେନ୍ଦ୍ରଗୁଡିକ କୃତି ଆଥଲେଟଙ୍କୁ ଚୟନ କରିବ ଏବଂ ନିର୍ଦ୍ଦିଷ୍ଟ କ୍ରୀଡ଼ାରେ ପାରଦର୍ଶୀଙ୍କୁ ସର୍ବୋଚ୍ଚସ୍ତରର ପ୍ରଶିକ୍ଷଣ ଦିଆଯାଇପାରିବ ଏବଂ ଏହି କେନ୍ଦ୍ରଗୁଡିକ ଦେଶର ସର୍ବୋତ୍ତମ ଖେଳାଳିଙ୍କୁ ତାଲିମ ଦେବା ପାଇଁ ଦେଶର ସର୍ବୋତ୍ତମ ସୁବିଧା ଯୋଗାଇଦେବେ। ମୁଁ ନିଶ୍ଚିତ ଯେ ୨୦୧୮ ଅଲିମ୍ପିକ୍ସରେ ଶ୍ରେଷ୍ଠ ୧୦ ଦେଶ ମଧ୍ୟରେ ସ୍ଥାନ ପାଇବ।