ଭୁବନ: ପୋଖରୀରେ ଭାସୁଛି ଚାରି ପାଞ୍ଚ ମାସର ଭ୍ରୁଣ!

କାମାକ୍ଷାନଗର: ଭ୍ରୁଣ ହତ୍ୟା ଏକ ଜଘନ୍ୟ ଅପରାଧ । ଭ୍ରୁଣ ହତ୍ୟା ରୋକିବା ପାଇଁ ସରକାରୀ ସ୍ତରରେ ବିଭିନ୍ନ କଟକଣା କରାଯାଇଥିବା ବେଳେ ଏହି ଭୁବନ ଅଞ୍ଚଳରେ ବାରମ୍ବାର ଭ୍ରୁଣ ହତ୍ୟା ହେଉଥିବା ଦେଖିବାକୁ ମିଳୁଛି।

ଆଜି ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦର ଓ୍ବାର୍ଡ ନଂ-୧ର ଗୋଡିପୋଖରୀରେ ଭ୍ରୁଣ ଭାସୁଥିବାର ଦେଖିବାକୁ ମିଳିଛି। ଗୋଡିପୋଖରୀର ତୁଠରେ ଏକ ଭ୍ରୁଣ ଭାସୁଥିବାର ଲୋକେ ଦେଖିଥିଲେ। ଭ୍ରୁଣଟି ଚାରି ପାଞ୍ଚ ମାସର ହେବ ବୋଲି ଅନୁମାନ କରାଯାଉଛି । ଘଟଣାସ୍ଥଳରେ ଲୋକମାନଙ୍କର ଭିଡ଼ ଦେଖିବାକୁ ମିଳିଥିଲା। ଏପରି ଅମାନୁଷିକ କାର୍ଯ୍ୟରେ ଯେଉଁମାନଙ୍କର ସଂପୃକ୍ତି ରହିଛି, ସେମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର