ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ରୋଗବାହିତ ମଶାର ଯାଞ୍ଚ କରାଯିବ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଓ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ମିଳିତଭାବେ ଏହାର ଯାଞ୍ଚ କରିବେ। ରାଜ୍ୟରେ ପ୍ରଥମଥର ଲାଗି ଏଭଳି ଏକ ସର୍ବେକ୍ଷଣ ହେବାକୁ ଯାଉଛି। ଗତ ସପ୍ତାହ ତଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏଭଳି ଚିଠି ଲେଖିଛି। ଆସନ୍ତା ଅଗଷ୍ଟ ମାସରେ ଏହି ସର୍ବେକ୍ଷଣ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। ବିମାନ ବନ୍ଦର ଦେଇ ପ୍ରତ୍ୟେକ ଦିନ ଶହ ଶହ ଲୋକ ରାଜ୍ୟ ବାହାରୁ ଆସୁଛନ୍ତି। ଏଭଳି କ୍ଷେତ୍ରରେ ରାଜ୍ୟ ତଥା ଦେଶ ବାହାରୁ ଆସୁଥିବା ଯାତ୍ରୀମାନଙ୍କ ଦେହରେ ଯଦି ମଶାବାହିତ ଭୂତାଣୁ ଆସିଥାଏ ଓ ବିମାନ ବନ୍ଦର ପରିସରରେ ଥିବା ମଶା ସେହି ବ୍ୟକ୍ତିଙ୍କୁ କାମୁଡ଼ନ୍ତି ତେବେ ରାଜ୍ୟରେ ଏହି ରୋଗ ବ୍ୟାପିବାର ଯଥେଷ୍ଟ ଆଶଙ୍କା ରହିଛି। ତେଣୁ ବିମାନ ବନ୍ଦର ପରିସରରେ ଏଭଳି କେଉଁ କେଉଁ ପ୍ରକାରର ମଶା ରହିଛନ୍ତି ତାହାର ସର୍ବେକ୍ଷଣ କରାଯିବ। ସ୍ୱାସ୍ଥ୍ୟ ବିଭାଗର ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଏହି ସର୍ବେକ୍ଷଣରେ ଡେଙ୍ଗୁ, ମ୍ୟାଲେରିଆ, ଫାଇଲେରିଆ, ଚିକିନ୍ଗୁନିଆ ଓ ଜିକା ଭୂତାଣୁର ବାହକ ମଶାକୁ ଚିହ୍ନଟ କରାଯିବ। ଏଥିରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଏଣ୍ଟୋମୋଲୋଜିଷ୍ଟ ବା କୀଟବିଜ୍ଞାନୀ ଓ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର କୀଟବିଜ୍ଞାନୀ ମିଳିତଭାବେ ଯାଞ୍ଚ କରିବେ। ପରବର୍ତୀ ସମୟରେ ଭୁବନେଶ୍ୱର ବିମାନ ବନ୍ଦର କେଉଁ ପ୍ରକାର ମଶାମୁକ୍ତ ରହିଛି ତାହାର ଘୋଷଣା କରାଯିବ ବୋଲି ଅଧିକାରୀ କହିଛନ୍ତି।
ବିମାନବନ୍ଦରରେ ହେବ ରୋଗବାହିତ ମଶା ସର୍ବେକ୍ଷଣ
କେନ୍ଦ୍ର ଓ ରାଜ୍ୟ ମିଳିତ ଭାବେ କରିବେ ଯାଞ୍ଚ
/sambad/media/post_attachments/wp-content/uploads/2018/04/Bhubaneswar_Airport-EPS.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)