ଝାରସୁଗୁଡ଼ା: ବୁଧବାରଠାରୁ ଝାରସୁଗୁଡ଼ା-ଭୁବନେଶ୍ବର ଏବଂ ଝାରସୁଗୁଡ଼ା-ରାୟପୁର ମଧ୍ୟରେ ବିମାନସେବା ଆରମ୍ଭ ହେବ। ଏହି ଦୁଇଟି ସ୍ଥାନକୁ ଉଡ଼ାଣ ଅନୁମତି ପାଇଥିବା ଏୟାର ଇଣ୍ଡିଆର ସହଯୋଗୀ ସଂସ୍ଥା ଏଲାଏନ୍ସ୍ ଏୟାର ପକ୍ଷରୁ ସମସ୍ତ ପ୍ରସ୍ତୁତି ସଂପୂର୍ଣ୍ଣ ହୋଇଛି। ଉଡ଼ାନ-୩ ଯୋଜନାରେ ୫ ତାରିଖଠାରୁ ନିୟମିତ ଉଡ଼ାଣ କରିବାକୁ ଥିବା ଏହି ବିମାନ କମ୍ପାନି ପକ୍ଷରୁ ସମୟସୂଚୀ ମଧ୍ୟ ପ୍ରକାଶ ପାଇ ସାରିଛି ଓ ଟିକେଟ ବିକ୍ରୟ ମଧ୍ୟ ହୋଇ ସାରିଛି। ବୁଧବାର ଏହି ବିମାନ ଭୁବନେଶ୍ବରରୁ ଆସି ଏଠାରେ ୧୧ଟାରେ ପହଞ୍ଚିବା ପରେ ପ୍ରଦୀପ ପ୍ରଜ୍ଜ୍ବଳନ, କେକ୍ କଟିଂ ପରେ ୧୨ଟାରେ ପତାକା ଦେଖାଇ ଭୁବନେଶ୍ବର ଅଭିମୁଖେ ଉଡ଼ାଣର ଶୁଭାରମ୍ଭ ହେବ ବୋଲି ବିମାନ ବନ୍ଦର ନିର୍ଦ୍ଦେଶକ ସୁଦେଶ ଚୌହାନ ଜଣାଇଛନ୍ତି।
ଆଜିଠୁ ଆରମ୍ଭ ହେବ ଭୁବନେଶ୍ବର-ରାୟପୁର ବିମାନ ସେବା
/sambad/media/post_attachments/wp-content/uploads/2018/12/flight.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)