ଭୁବନେଶ୍ୱର ବିମାନବନ୍ଦରକୁ ବେଷ୍ଟ ଏୟାରପୋର୍ଟ ପୁରସ୍କାର

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଅନ୍ତର୍ଜାତୀୟ ପୁରସ୍କାର ମିଳିଛି | ଇଣ୍ଡୋନେସିଆ ବାଲିରେ ଆୟୋଜିତ ଏଏସକ୍ୟୁ ପୁରସ୍କାର ଉତ୍ସବରେ ଏହି ପୁରସ୍କାର ମିଳିଛି | ଭୁବନେଶ୍ୱର ଏୟାରପୋର୍ଟ ସହ ଚଣ୍ଡୀଗଡ଼ ଏୟାରପୋର୍ଟ, ଇନ୍ଦୋର ଏୟାରପୋର୍ଟ ଓ ଅହମଦାବାଦ ଏୟାରପୋର୍ଟକୁ ମଧ୍ୟ ପୁରସ୍କାର ମିଳିଛି | ବିମାନ ଯାତ୍ରୀଙ୍କ ପ୍ରତି ବ୍ୟବହାର, ଉତ୍ତମ ପରିବେଶ, ବିମାନ ଯାତ୍ରୀଙ୍କୁ ସର୍ବୋତ୍ତମ ସୁବିଧାକୁ ନେଇ ସର୍ବେକ୍ଷଣ କରାଯାଇଥିଲା | ଏଥିରେ ଭୁବନେଶ୍ୱର ଏୟାରପୋର୍ଟ ବାଜିମାତ କରିଛି |

ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ ଏହି ପୁରସ୍କାର ଗ୍ରହଣ କରିଥିଲେ |ଏୟାରପୋର୍ଟ କାଉନ୍ସିଲ ଇଣ୍ଟରନ୍ୟାଶନାଲ ପକ୍ଷରୁ ପୁରସ୍କାର ଦିଆଯାଇଥିବାବେଳେ ୨ରୁ ୫ ମିଲିୟନ ଯାତ୍ରୀ କାଟାଗୋରୀରେ ଏହି ପୁରସ୍କାର ମିଳିଛି |

୧୯୬୨ ମସିହାରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ସେବା ଆରମ୍ଭ କରିଥିବାବେଳେ ୨୦୧୩ ମସିହା ଅକ୍ଟୋବର ମାସରେ ଏହି ବିମାନବନ୍ଦରକୁ ଅନ୍ତର୍ଜାତୀୟ ମାନ୍ୟତା ମିଳିଥିଲା | ଦେଶର ପ୍ରାୟ ପ୍ରମୁଖ ସହରକୁ ଏହି ବିମାନବନ୍ଦର ବିମାନ ସେବା ଯୋଗାଉଥିବାବେଳେ ବ୍ୟାଙ୍କକ ଓ କୁଆଲାଲମ୍ପୁର ଭଳି ଅନ୍ତର୍ଜାତୀୟ ସେବା ମଧ୍ୟ ବିମାନ ଯାତ୍ରୀଙ୍କୁ ଦେଇଥାଏ |

ସମ୍ବନ୍ଧିତ ଖବର