ଭୁବନେଶ୍ୱର: ଆଜି ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୪୦ ଡିଗ୍ରୀ ଟପିଛି | ଆଜି ଭୁବନେଶ୍ୱରର ତାପମାତ୍ରା ୪୦.୪ ଡିଗ୍ରୀ ଥିବାବେଳେ ଏହା ପଛକୁ ଡେରାବିଶ(୩୮.୮ ଡିଗ୍ରୀ ସେଲସିୟସ) ରହିଛି | ସେହିପରି ବାରିପଦାରେ ୩୮.୬ ଡିଗ୍ରୀ ତାପମାତ୍ରା ରହିଛି |
ନଜର ପକାନ୍ତୁ ଆପଣଙ୍କ ଅଂଚଳ ବା ପାଖାପାଖି ଅଂଚଳର ତାପମାତ୍ରା ଉପରେ |
ଭୁବନେଶ୍ୱର: ୪୦.୪, ବାରିପଦା:୩୮.୬ଡିଗ୍ରୀ ସେଲସିୟସ, ବାଲେଶ୍ଵର:୩୭.୬, ଚାନ୍ଦବାଲି:୩୭.୨, ଡେରାବିଶ:୩୮.୮, ପାରାଦ୍ବୀପ:୩୨.୪, ପୁରୀ:୩୧.୪, ଛତ୍ରପୁର:୩୩, ଗୋପାଳପୁର:୩୧.୩, କଟକ:୩୭.୨, ଯାଜପୁର:୩୮.୬, କେଉଁଝର:୩୪.୫, ତାଳଚେର:୩୭, ଅନୁଗୁଳ:୩୮.୧, ନୟାଗଡ:୩୮, ଦାରିଙ୍ଗିବାଡ଼ି:୩୧.୫, ବୌଦ୍ଧ:୩୩, ଦେବଗଡ:୩୬.୬, ଝାରସୁଗୁଡା:୩୭, ହୀରାକୁଦ:୩୬.୩, ସମ୍ବଲପୁର:୩୭.୧, ପାରଳାଖେମୁଣ୍ଡି:୩୧, ରାୟଗଡା:୩୧.୫, ଭବାନୀପାଟଣା:୩୭.୫, କୋରାପୁଟ:୩୪.୫, ମାଲକାନଗିରି:୩୫.୫, ନବରଙ୍ଗପୁର:୩୩.୮, ଟିଟିଲାଗଡ:୩୭.୨, ବଲାଙ୍ଗୀର:୩୮, ନୂଆପଡା:୩୭.୭, ସୋନପୁର:୩୭.୨, ସୁନ୍ଦରଗଡ଼:୩୬ ଡିଗ୍ରୀ ସେଲସିୟସ ରହିଛି |
ସୂଚନା ଥାଉ କି ଆସନ୍ତା ୫ ଦିନ ଯାଏଁ ତାପମାତ୍ରା ସ୍ୱାଭାବିକ ଠାରୁ ୩ରୁ ୪ ଡିଗ୍ରୀ ଅଧିକ ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।