ବିଧାୟକ ଅମର ଶତପଥୀଙ୍କୁ ‘ଭୂମିରତ୍ନ’ ସମ୍ମାନ

କଳା ପାଇଁ ସାଂସଦ ରଘୁନାଥ ସମ୍ମାନିତ

ଚଣ୍ତିଖୋଲ : ଭାରତ ସରକାରଙ୍କର ସଂସ୍କୃତି ବିଭାଗ ଓ ଆସ୍ଥା ଫାଉଣ୍ଡେସନ ମିଳିତ ସହଯୋଗର ଦିଲ୍ଲୀର କନଷ୍ଟିଚ୍ୟୁସନ୍ କ୍ଲବ୍ ପରିସରରେ ଅନୁଷ୍ଠିତ ‘ବିଶ୍ବର ଶାନ୍ତି ପାଇଁ ଭାରତୀୟ ସଂସ୍କୃତିର ଅବଦାନ’ ଶୀର୍ଷକ ଅନ୍ତର୍ଜାତୀୟ ସେମିନାର ଗତକାଲି ଅନୁଷ୍ଠିତ ହୋଇଯାଇଛି। ଏହି ସେମିନାର ଅବସରରେ ଓଡ଼ିଶାର ୨ଜଣ ବଡ଼ଚଣାର ବରିଷ୍ଠ ବିଧାୟକ ଅମର ପ୍ରସାଦ ଶତପଥୀ ଓ ସାଂସଦ ରଘୁନାଥ ମହାପାତ୍ରଙ୍କୁ ସମ୍ମାନିତ କରାଯାଇଛି। ବିଧାୟକ ଶ୍ରୀ ଶତପଥୀଙ୍କୁ ଜନସେବା ପାଇଁ ‘ଭୂମିରତ୍ନ ସମ୍ମାନ’ ପ୍ରଦାନ କରାଯାଇଥିବାବେଳେ କଳା ପାଇଁ ସାଂସଦ ରଘୁନାଥ ମହାପାତ୍ରଙ୍କୁ ମଧ୍ୟ ସମ୍ମାନିତ କରାଯାଇଛି।

ଏହି ସେମିନାରରେ ଭାରତ ସମେତ କାନାଡ଼ା, ମେଲେସିଆ, ଥାଇଲାଣ୍ଡ ଓ ଅନେକ ଦେଶର ପ୍ରତିନିଧି ୱେବିନାର୍ ମାଧ୍ୟମରେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର