ଭୁବନେଶ୍ବର: ମୋ ପାଇଁ ଲୋକ ହିଁ ଶ୍ରେଷ୍ଠ ଦଳ ନୁହେଁ । ମୋର ଭବିଷ୍ୟତ କ’ଣ ହେବ ତାହା ଲୋକେ ନିଷ୍ପତ୍ତି ନେବେ । ଲୋକେ ମୋତେ କହୁଛନ୍ତି ଆପଣ ଆମ ନେତା । ଆପଣ ଯେଉଁ ଚିହ୍ନରେ ଛିଡ଼ା ହେବେ ଆମେ ଆପଣଙ୍କ ସହ ରହିବୁ ବୋଲି ବରିଷ୍ଠ ବିଜେଡି ନେତା ଭୁପିନ୍ଦର ସିଂ ବିସ୍ଫୋରକ ମନ୍ତବ୍ୟ ଦେଇଛନ୍ତି। ଏପରି ମନ୍ତବ୍ୟ ଦେଇ ସେ ତେରଛା ବାଣ ମାରିଥିବା ରାଜ୍ୟ ରାଜ‌ନୈତିକ ମହଲରେ ଚର୍ଚ୍ଚା ହେବା ଆରମ୍ଭ କରିଛି।

Advertisment

କଂଗ୍ରେସର ଭବିଷ୍ୟତ ଦେଶରେ ଓ ରାଜ୍ୟରେ ବଢୁଛି। ରାଜ୍ୟରେ ବିଜେଡି ଯଦି ଠିକ ଭାବେ ମୁଖ୍ୟ ବିରୋଧୀ ଦଳର ଭୂମିକା ନ ନେବ ତେବେ  କଂଗ୍ରେସ ଆହୁରି ଆଗକୁ ବଢିବ। ରାଜ୍ୟରେ ଲୋକେ ଅନୁଭବ କରୁଛନ୍ତି ଯେ, ବିଜେଡି ଓ ବିଜେପି ଭିତରେ କିଛି ପ୍ରଭେଦ ନାହିଁ ତେଣୁ ଲୋକେ କଂଗ୍ରେସ କଥା ଚିନ୍ତା କଲେଣି।

ବିରୋଧୀ ଦଳ ଭାବେ ବିଜେଡି ଠିକ ଭାବେ ପ୍ରସଙ୍ଗ ଉପସ୍ଥାପନ କରୁ ନଥିବାରୁ ତାର ଫାଇଦା କଂଗ୍ରେସ ନେଉଛି। ଲୋକେ ବିଜେଡି ଠୁ ଦୁରେଇ ନାହାନ୍ତି କିନ୍ତୁ ଲୋକେ ବିରୋଧୀ ଦଳ ଠୁ ଯାହା ଆଶା କରୁଛନ୍ତି ତାହା ବିଜେଡି ଠୁ ପାଉ ନାହାନ୍ତି ।

୨୦୨୪ ନିର୍ବାଚନ ପରଠୁ ଆଜି ପର୍ଯ୍ୟନ୍ତ ବି ସଂସଦରେ ଆମ ଷ୍ଟାଣ୍ଡ କ୍ଲିଅର ହୋଇପାରିନି। ଏହାକୁ ଦଳର ନେତା ଗମ୍ଭୀରତାର ସହ ନେବା ଦରକାର। ଏହା ଭାବିବା ଉଚିତ୍ ନୁହେଁ ଯେ ଭୁପିନ୍ଦର କାହିଁକି କହିଲା । ମୁଁ ଲୋକଙ୍କ ମତ କଥା କହୁଛି । ଆମେ ଯଦି ଲୋକଙ୍କ କଥାକୁ ଖାମ ଖିଆଲ ଭାବେ ନେବା ତାହାଲେ ଦଳ ପାଇଁ କ୍ଷତି ହେବ।  ଆମ ଷ୍ଟାଣ୍ଡ କ୍ଲିଅର ହେବା ଦରକାର ବୋଲି ଭୁପିନ୍ଦର ସିଂ କହିଛନ୍ତି।

bhupinder singh | BJD | BJP | congress