ଜିଲ୍ଲା ପ୍ରଶାସନର ଅଭିନବ ଉଦ୍ୟମ : ଭବାନୀପାଟଣା ସହରରେ ନଭେମ୍ବର ୬ରେ ବିଚାର ମଞ୍ଚ ଶୁଭାରମ୍ଭ ହେବ

୨୦ ଟି ୱାର୍ଡ ପାଇଁ ବରିଷ୍ଠ ଅଧିକାରୀଙ୍କୁ ୱାର୍ଡ ଅଫିସର ଦାୟିତ୍ୱ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଥମ ଥର ପାଇଁ ଏକ ଅଭିନବ ଉଦ୍ୟମ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ଭବାନୀପାଟଣା ସହରର ୨୦ଟି ୱାର୍ଡରେ ବିଚାର ମଞ୍ଚ ଆସନ୍ତା ନଭେମ୍ବର ୬ ତାରିଖ ଶୁକ୍ରବାର ଦିନ ଅନୁଷ୍ଠିତ ହେବ । ସକାଳ ୧୧ ଟାରୁ ଅପରାହ୍ନ ୧ ଟା ପର୍ଯ୍ୟନ୍ତ ବିଭିନ୍ନ ୱାର୍ଡରେ ଜନସାଧାରଣ ରାସ୍ତାଘାଟ, ନାଳ, ବଜାର ଗୃହ, ଆମିନିଟି ସେଣ୍ଟର ଓ କିଛି ନୂଆ ସୁଚିନ୍ତିତ ମତାମତ ଓ ନୂତନ ପ୍ରସ୍ତାବ ପ୍ରଦାନ ପାଇଁ ୨୦ଟି ୱାର୍ଡରେ ୨୦ ଜଣ ବରିଷ୍ଠ ଅଧିକାରୀଙ୍କୁ ୱାର୍ଡ ଅଫିସର ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି । ଜନସାଧାରଣଙ୍କ ଠାରୁ ଆସିଥିବା ପ୍ରସ୍ତାବ ଗୁଡିକର ଉପଯୁକ୍ତ ସ୍ଥାନ, ସାମୂହିକ ସ୍ୱାର୍ଥ ଓ ପ୍ରାପ୍ତ ଅନୁଦାନକୁ ଦୃଷ୍ଟିରେ ରଖି କାର୍ଯ୍ୟକାରୀ କରାଯିବା ପାଇଁ ଖସଡ଼ା ପ୍ରସ୍ତୁତ ହେବ ।

ଭବାନୀପାଟଣା ସହରର ୧ ନମ୍ବର ୱାର୍ଡ ପାଇଁ କନ୍ଧପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ୱାର୍ଡ ନମ୍ବର ୨ ପାଇଁ ଇରିଗେସନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ୱାର୍ଡ ନଂ ୩ ପାଇଁ ଗୋଲାପ ମଞ୍ଜରୀ ପ୍ରାଥମିକ ବିଦ୍ୟାଳୟ, ୱାର୍ଡ ନଂ ୪ ପାଇଁ ଶାନ୍ତିନଗର ପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ୱାର୍ଡ ନଂ ୫ ପାଇଁ ରାମସାଗର ପଡା ସାଗର କ୍ଲବ, ୱାର୍ଡ ନଂ ୬ ପାଇଁ ବାହାଦୂର ବଗିଚା ପଡା ଆଉଟପୋଷ୍ଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ୱାର୍ଡ ନଂ ୭ ପାଇଁ ଗୋଶାଲପଡା ହାଇସ୍କୁଲ, ୱାର୍ଡ ନଂ ୮ ପାଇଁ ବଜାରପଡା ସରକାରୀ ମାଧ୍ୟମିକ ବାଳିକା ସ୍କୁଲ, ୱାର୍ଡ ନଂ ୯ ପାଇଁ ସରେଇଘର ପଡା ପ୍ରାଥମିକ ବିଦ୍ୟାଳୟ, ୱାର୍ଡ ନଂ ୧୦ ପାଇଁ ବିଜୁ କଲ୍ୟାଣ ମଣ୍ଡପ, ୱାର୍ଡ ନଂ ୧୧ ପାଇଁ ଆରଇଓ କଲୋନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ୱାର୍ଡ ନଂ ୧୨ ପାଇଁ ବାଲାଜି ମନ୍ଦିର ନିକଟ ପ୍ରଦେଶୀପଡା ପ୍ରାଥମିକ ବିଦ୍ୟାଳୟ, ୱାର୍ଡନଂ ୧୩ ପାଇଁ ନକଟିଗୁଡା ପ୍ରାଥମିକ ବିଦ୍ୟାଳୟ, ୱାର୍ଡ ନଂ ୧୪ ପାଇଁ ଶବର ପଡା କ୍ଲବ ହାଉସ, ୱାର୍ଡ ନଂ ୧୫ ପାଇଁ ପୁରୁଣା ପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ୱାର୍ଡନଂ ୧୬ ପାଇଁ ଦେୱାନସାହେବ ପଡାର ସନରାଇଜ କ୍ଲବ, ୱାର୍ଡ ନଂ ୧୭ ପାଇଁ ମଳିପଡାର ବାପୁଜି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ୱାର୍ଡ ନଂ ୧୮ ପାଇଁ ବଡ଼ପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ୱାର୍ଡ ନଂ ୧୯ ପାଇଁ ମନ୍ଦାରବଗିଚା ପଡାର ଗୋପୀନାଥ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ୱାର୍ଡ ନଂ ୨୦ ପାଇଁ ମନ୍ଦାରବଗିଚା ପଡାର ମଝିପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ବିଚାର ମଞ୍ଚ ପାଇଁ ଲୋକଙ୍କ ମତାମତ ନିଆଯିବ ବୋଲି ଜିଲ୍ଲା ପ୍ରଶାସନ ସୂତ୍ରରୁ ପ୍ରକାଶ ।

ସମ୍ବନ୍ଧିତ ଖବର