ଦୁଇ ବାଇକ୍‌ ଧକ୍କା, ଜଣେ ମୃତ

ଯୋଡ଼ା: କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତ ୫୨୦ ନମ୍ବର ଜାତୀୟ ରାଜପଥର ଲହଣ୍ଡା ଆଦର୍ଶ ବିଦ୍ୟାଳୟ ନିକଟରେ ଆଜି ସନ୍ଧ୍ୟାରେ ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଜଣକଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ଜଣଙ୍କ ହେଲେ କାଳିଆବେଡ଼ା ଗ୍ରାମ ମୁଣ୍ଡାସାହିର ବାବଲୁ ମୁଣ୍ଡା (୩୫)।

ଗୁରୁତରଙ୍କ ପରିଚୟ ମିଳିପାରି ନାହିଁ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର