ଓଡ଼ିଶାର ମହାନତା ଏମିତି ବଖାଣିଲେ ବିଷ୍ଣୁ

ବାଚସ୍ପତିଙ୍କୁ କମ୍ କହିବାକୁ ପରାମର୍ଶ ଦେଲେ ନରସିଂହ, ଲଘୁ ଖଣିଜ ସଂପଦ େଚାରି େରାକିବା ପ୍ରସଙ୍ଗ ଉଠିଲା

ଭୁବନେଶ୍ବର :ଶ୍ରୀଲଙ୍କା କ୍ରିକେଟର ସନତ ଜୟସୁରିଆ ଓଡ଼ିଶାର। ତାଙ୍କ ନାମ ଜୟସୂର୍ଯ୍ୟ। େଵଷ୍ଟଇଣ୍ଡିଜ୍, କ୍ରିକେଟର ସୁନୀଲ୍ ନରିନ୍ ବି ଆମ ରାଜ୍ୟର। େଗାଟିଏ ସମୟରେ ଦେଶ ସୀମା ଡେଇଁ ଏମାନେ ବିଦେଶ ଯାଇ ସେଠାରେ ରହିଯାଇଛନ୍ତି।

ଆଜି ବିେଜପି ବିଧାୟକ ବିଷ୍ଣୁ ସେଠୀ ଓଡ଼ିଶାର ମହନୀୟତା ବର୍ଣ୍ଣନା କରୁ କରୁ ଏମିତି ବକ୍ତବ୍ୟ ରଖିଥିଲେ। କେବଳ ସେତିକି ନୁେହଁ, ବ୍ରହ୍ମପୁର ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଚୀନରୁ ଆସିଥାଇପାରନ୍ତି େବାଲି ବି ସେ କହିଥିଲେ। େଗାଟିଏ ସମୟରେ ଚୀନର ବ୍ୟବସାୟୀ ଓଡ଼ିଶା ଉପରେ ନିର୍ଭର କରୁଥିଲେ। ଶ୍ରୀ ସେଠୀ ବକ୍ତବ୍ୟ ଦେଇଥିବା ବେଳେ କହିଥିଲେ, ଓଡ଼ିଶା କେବେ ବି କାଙ୍ଗାଳ ରାଜ୍ୟ ନଥିଲା। ବୁଦ୍ଧଦେବଙ୍କ ସହିତ େଶଷ ସମୟରେ ଅର୍ଥାତ୍ ନିର୍ବାଣ ପ୍ରାପ୍ତି ସମୟରେ ତାଙ୍କୁ କ୍ଷୀର ପିଆଇଥିବା ତାପସିକ ଓ ଭଲ୍ଲୁକ ଓଡ଼ିଶାର ବ୍ୟବସାୟୀ। ସେମାନେ କୁପାରି ଅଞ୍ଚଳର ବ୍ୟକ୍ତି। ଏତେଗୁଡିଏ ମହାନ ପରମ୍ପରା ଓ ଐତିହ୍ୟ ଆମ ବ୍ୟବସ୍ଥା େଯାଡ଼ି େହାଇ ରହିଛି।

ତେବେ ଶ୍ରୀ ସେଠୀଙ୍କ ଏହି ବକ୍ତବ୍ୟ କେଉଁ ଗବେଷଣା ଓ ଐତିହାସିକ ତଥ୍ୟ ଉପରେ ପର୍ଯ୍ୟବେସିତ ସେ ନେଇ କୌଣସି ସୂଚନା ଦେଇନଥିଲେ।

ବାଚସ୍ପତିଙ୍କୁ କମ୍ କହିବାକୁ ପରାମର୍ଶ ଦେଲେ ନରସିଂହ

ଭୁବନେଶ୍ବର : ଚଳିତ ବିଧାନସଭାରେ ରୁଲିଂ ଦେଇ େରକର୍ଡ କରିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। ବିଧାୟକମାନଙ୍କ ଉଦ୍‌ବେଗ ଉପରେ ତତ୍କାଳ ପ୍ରତିକ୍ରିୟା ପ୍ରକାଶ କରି ସେ ସଂପର୍କରେ ସରକାରଙ୍କଠାରୁ ଜବାବ ମାଗୁଛନ୍ତି। ଏମିତି େଯ ଏହି ସଂଖ୍ୟା ୨୦ ଟପିଗଲାଣି। ବାଚସ୍ପତିଙ୍କ ଏଭଳି ରୁଲିଂ ସରକାରଙ୍କୁ ଅକଳରେ ପକାଇ ଦେଇଛି।

ଏପଟେ ଆଜି କଂଗ୍ରେସ ବିଧାୟକଦଳ େନତା ନରସିଂହ ମିଶ୍ର ବାଚସ୍ପତିଙ୍କୁ କମ୍ କହିବା ଲାଗି ପରାମର୍ଶ ଦେଇଛନ୍ତି। ପରାମର୍ଶ ଦେବା ଛଳରେ ଏକଥା ବି ଜଣାଇଛନ୍ତି େଯ ସେ ବେଶି ଶୁଣନ୍ତୁ। ବାଚସ୍ପତି ଏହାକୁ ଗ୍ରହଣ କରି ଏବେ ଅଳ୍ପ କହିବେ ବୋଲି ସୂଚାଇଥିଲେ।

ଆଜି ଶୂନ୍ୟକାଳରେ ଶ୍ରୀ ମିଶ୍ର ବକ୍ତବ୍ୟ ରଖୁଥିବା ବେଳେ ବାଚସ୍ପତି ତତ୍କାଳ କିଛି କହିବା ଲାଗି ଚାହୁଁଥିେଲ ଓ ଶୀଘ୍ର ସାରିବା ଲାଗି ତାଙ୍କୁ ସଙ୍କେତ ଦେଇଥିଲେ। ଏଥିରେ ସେ ଅସନ୍ତୋଷ ପ୍ରକାଶ କରି କହିଥିଲେ, ପ୍ରଶ୍ନ ପଚାରିଲେ ଉତ୍ତର ମିଳୁନି। ବାଚସ୍ପତି ସବୁଠାରୁ ଅଧିକ ସମୟ କହୁଛନ୍ତି ଓ ସଭ୍ୟମାନେ କମ୍। ଏମିତି ହେଲେ ଆମକୁ ନ୍ୟାୟ ଦେବ କିଏ? ଯଦି ବାଚସ୍ପତି ଚାହୁଁନାହାନ୍ତି ସେ ବସିଯିବେ। କିନ୍ତୁ କମ୍‌ରେ କହିପାରିବେନି।

ସେହିଭଳି ଶୂନ୍ୟକାଳରେ କହିବାକୁ ସୁେଯାଗ ପାଇନଥିବାରୁ ବିଧାୟକ ସନ୍ତୋଷ ସିଂହ ସାଲୁଜା ଗୃହ ଛାଡ଼ି ଚାଲିଯାଇଥିଲେ। ଏକଥା କହିଥିଲେ େଯ ଯଦି କହିବାକୁ ସୁେଯାଗ ନ ମିଳିବ, େସ ଆସନ୍ତାକାଲିଠାରୁ ଆଉ ଆସିବେନି।

ଲଘୁ ଖଣିଜ ସଂପଦ େଚାରି େରାକିବା ପ୍ରସଙ୍ଗ ଉଠିଲା

ଭୁବନେଶ୍ବର : ରାଜ୍ୟରେ ଲଘୁ ଖଣିଜ ସଂପଦ େଚାରି େରାକିବା ପ୍ରସଙ୍ଗ ଆଜି ବିଧାନସଭାରେ ଉଠିଛି। ଏହାକୁ େରାକିବା ଦିଗରେ ଏସଟିଏଫ୍ ଚଳାଇଥିବା ଧରପଗଡ଼କୁ ସ୍ବାଗତ କରି ବିେଜଡି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ କହିଥିଲେ, ଲଘୁ ଖଣିଜ ସଂପଦ ଚଢ଼ଉ ନେଇ ତଦନ୍ତ ବେଳେ ବ୍ରାଉନସୁଗାର, ଡ୍ରଗ୍ସ ଲିଙ୍କ୍ ସାମ୍ନାକୁ ଆସିଛି। ଏହି ଘଟଣାରେ ଏସଟିଏଫ୍ ଅଧିକାରୀ ତଦନ୍ତକୁ ଆଗକୁ ନେବାକୁ ଯାଇ ଶହ ଶହ କ୍ରସର ଉପରେ ବି ଚଢ଼ଉ ବି କରୁଛନ୍ତି। େଯଉଁସବୁ କ୍ରସର ଏଥିରେ ସଂପୃକ୍ତ ଅଛନ୍ତି, ସେମାନଙ୍କ ବିେରାଧରେ କାର୍ଯ୍ୟାନୁଷ୍ଠାନ ହେବା ଉଚିତ।

ଶ୍ରୀ ପଟ୍ଟନାୟକ କହିଥିଲେ, ଏହାର ମୂଳୋତ୍ପାଟନ ପାଇଁ ଅର୍ଥାତ୍ ଲଘୁ ଖଣିଜ ସଂପଦ ‌ଚୋରି ରାକିବା ଲାଗି ରାଜ୍ୟ ସରକାର ତୁରନ୍ତ ଆଇନକୁ ପରିବର୍ତନ କରିବା ଆବଶ୍ୟକ ପଡୁଛି। ସେହିଭଳି ଏସଟିଏଫ୍ ମଧ୍ୟ ତଦନ୍ତ େଜାରଦାର କରି ତୁରନ୍ତ େଦାଷୀ ନିକଟରେ ପହଞ୍ଚିବା ଦରକାର। ଏହାଦ୍ବାରା ଲଘୁ ଖଣିଜ ସଂପଦ ଉପରେ ନିର୍ଭର କରି ଚଳୁଥିବା ନିର୍ଦୋଷ କ୍ରସର ବି ପୁଣି ଥରେ ଜୀବିକାକୁ େଫରିପାରିବେ। ଅନ୍ୟଥା େଖାର୍ଧା ଅଞ୍ଚଳର ପାଖାପାଖି ୫୦ ହଜାରରୁ ଅଧିକ େଲାକ ଜୀବନ ଜୀବିକା ହରାଇବା ଆଶଙ୍କା ସୃଷ୍ଟି େହାଇଛି।

ଉଲ୍ଲେଖଥାଉକି, ଆଜି ଶ୍ରୀ ପଟ୍ଟନାୟକଙ୍କ ସହିତ େଖାର୍ଧା ବିଧାୟକ େଜ୍ୟାତିରିନ୍ଦ୍ର ନାଥ ମିତ୍ର ଓ େବାଲଗଡ଼ େବଗୁନିଆ ବିଧାୟକ ରାଜେନ୍ଦ୍ର କୁମାର ସାହୁ ଏସଟିଏଫ୍ ଅଧିକାରୀଙ୍କୁ େଭଟି ଆେଲାଚନା କରିଥିଲେ। ତୁରନ୍ତ ତଦନ୍ତ େଶଷ କରି େଦାଷୀ ବିେରାଧରେ କାର୍ଯ୍ୟାନୁଷ୍ଠାନ ସହ ସହ ନିର୍ଦୋଷ କ୍ରସର ଯେଭଳି ପୂର୍ବଭଳି ଚାଲୁ ରହିବ େସ େନଇ ଜଣାଇଥିଲେ।

ସମ୍ବନ୍ଧିତ ଖବର