ବିଜେପିରେ ସାମିଲ ହେଲେ ବିଦୁସ୍ମିତା

ଭୁବନେଶ୍ବର : ଅଭିନେତ୍ରୀ ବିଦୁସ୍ମିତା ମନ୍ତ୍ରୀ ଆଜି ବିଜେପିରେ ଯୋଗ ଦେଇଛନ୍ତି। ଦଳ ପକ୍ଷରୁ ଆୟୋଜିତ ମିଶ୍ରଣ ପର୍ବରେ ବିଦୁସ୍ମିତାଙ୍କ ସମେତ ଅଭିନେତା ଅଖିଳ ପଟ୍ଟନାୟକ ଓ ମହାକଳାପଡ଼ାର ଅବସରପ୍ରାପ୍ତ ସରକାରୀ କର୍ମଚାରୀ ପଦ୍ମନାଭ ଚୌଧୁରୀ ମଧ୍ୟ ବିଜେପିରେ ମିଶିଥିଲେ। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଓ ବରିଷ୍ଠ ନେତା ବିଶ୍ବଭୂଷଣ ହରିଚନ୍ଦନ ନୂଆ ସଦସ୍ୟମାନଙ୍କୁ ଉତ୍ତରୀୟ ଓ ଟୋପି ପିନ୍ଧାଇ ସ୍ବାଗତ କରିଥିଲେ। ଅଭିନେତ୍ରୀ ଅନୁ ଚୌଧୁରୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ‌େଯ ବିଦୁସ୍ମିତାଙ୍କ ସ୍ବାମୀ ଅନନ୍ତ ଦାସ ବଲାଙ୍ଗୀର ବିଧାନସଭା ଆସନରେ ବିଜେପିର ବିଧାୟକ ପ୍ରାର୍ଥୀ ‌େହାଇଛନ୍ତି।

ସମ୍ବନ୍ଧିତ ଖବର