ବଲାଙ୍ଗୀରରେ ଏଲ୍‌ଆଇ ପରୀକ୍ଷା ଦେଉଛନ୍ତି ବିଦ୍ୟାଭାରତୀ

ବଲାଙ୍ଗୀର : ବହୁଚର୍ଚ୍ଚିତ ପାରଳାଖେମୁଣ୍ଡି ଘଟଣାର ମୃତ ଏସିଏଫ୍ ସୌମ୍ୟଶେଖର ମହାପାତ୍ରଙ୍କ ସ୍ତ୍ରୀ ବିଦ୍ୟାଭାରତୀ ପଣ୍ଡା ଏବେ ବଲାଙ୍ଗୀରରେ ଅଛନ୍ତି। ବଲାଙ୍ଗୀର ଏଲ୍‌ଆଇ ତାଲିମ କେନ୍ଦ୍ରର ଛାତ୍ରୀ ବିଦ୍ୟାଭାରତୀ ଫାଇନାଲ ସେମିଷ୍ଟର ପରୀକ୍ଷା ଦେଉଛନ୍ତି।

ବିଦ୍ୟାଭାରତୀ ଆଜି ପ୍ରଥମ ଦିନର ପରୀକ୍ଷା ଦେଇଛନ୍ତି। ଆସନ୍ତା ୮ ତାରିଖ ଯାଏ ସେ ପରୀକ୍ଷା ପାଇଁ ବଲାଙ୍ଗୀରରେ ରହିବେ ବୋଲି ଜଣାପଡ଼ିଛି। ତାଙ୍କ ସହପାଠୀଙ୍କ କହିବାନୁସାରେ, ସେ କାହା ସହ କଥା ହୋଇନଥିଲେ। ଗଣମାଧ୍ୟମକୁ ମଧ୍ୟ କୌଣସି ପ୍ରତିକ୍ରିୟା ଦେଇନଥିଲେ ବିଦ୍ୟାଭରତୀ।

ସମ୍ବନ୍ଧିତ ଖବର