ଉଦଳା-୧ : ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାର ଅକୁହା ସତ୍ୟକୁ ଖୋଜି ଚାଲିଛି କ୍ରାଇମବ୍ରାଞ୍ଚ। ତଦନ୍ତ ପୋଥିକୁ ପ୍ରଥମରୁ ଶେଷ ଯାଏ ଓଲଟପାଲଟ କରି ଚାଲିଥିଲେ ମଧ୍ୟ ମୃତ୍ୟୁ ରହସ୍ୟ ଭେଦ କରିବାରେ ବିଫଳ ହେବା ପରେ ମିଛଧରା ପରୀକ୍ଷା ହିଁ କ୍ରାଇମବ୍ରାଞ୍ଚ ନିକଟରେ ଏକମାତ୍ର ବିକଳ୍ପ ଭାବେ ରହିଯାଇଛି। ସୌମ୍ୟଙ୍କ ପରିବାର ପକ୍ଷରୁ ଦର୍ଶାଯାଇଥିବା ୩ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ପାରଳାଖେମୁଣ୍ଡି ଡିଏଫଓ ସଂଗ୍ରାମ କେଶରୀ ବେହେରା, ରୋଷେୟା ମନ୍ମଥ କୁମ୍ଭଙ୍କର ମିଛଧରା ପରୀକ୍ଷା ସରିଛି। ଏବେ ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ବିଦ୍ୟାଭାରତୀଙ୍କର ପାଳି। ଆଜି କ୍ରାଇମବ୍ରାଞ୍ଚ ବିଦ୍ୟାଭାରତୀଙ୍କର ମିଛଧରା ପରୀକ୍ଷା କରିବ ବୋଲି ସୂଚନା ମିଳିଛି।
ବିଦ୍ୟାଭାରତୀଙ୍କ ମିଛଧରା ପରୀକ୍ଷା ଆଜି
/sambad/media/post_attachments/wp-content/uploads/2021/07/bidya-.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)