ଭୁବନେଶ୍ବର: ବିଗ୍ ବଜାର ପକ୍ଷରୁ ପବ୍ଲିକ୍ ହଲିଡେ ସେଲ୍ ବିଷୟରେ ଘୋଷଣା କରାଯାଇଛି। ଏହି ୧୧ ଦିନିଆ ମେଗା ଅଭିଯାନ ଡିସେମ୍ବର ୨୨ ତାରିଖରୁ ଆରମ୍ଭ ହୋଇଥିବା ବେଳେ ୨୦୨୨ ଜାନୁଆରି ୨ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଏହି ଅବସରରେ ବିଗ୍ ବଜାର ପକ୍ଷରୁ ବିଭିନ୍ନ ବର୍ଗର ଉତ୍ପାଦ ଉପରେ ଅଫର ଓ ସଞ୍ଚୟ ସୁବିଧା ପ୍ରଦାନ କରାଯାଉଛି।

Advertisment

ଉଭୟ ଅନ୍‌ଲାଇନ୍ ଓ ଷ୍ଟୋର୍‌ରୁ କିଣାକିଣି କରୁଥିବା ଗ୍ରାହକଙ୍କୁ ଏହି ସେଲ୍‌ର ଲାଭ ମିଳିବ। ଗ୍ରାହକମାନେ ବିଗ୍ ବଜାର ଆପ୍ ଓ ସପ୍ ଡଟ୍ ବିଗ୍‌ବଜାର ଡଟ୍‌ କମ୍‌ ‌ୱେବସାଇଟ୍‌ରେ ମଧ୍ୟ ସପିଙ୍ଗ୍‌ କରିପାରିବେ। ପବ୍ଲିକ୍ ହଲିଡେ୍‌ ସେଲ୍‌ରେ ଖାଦ୍ୟ ସାମଗ୍ରୀ, ଫେସନ, ହୋମ୍ ଓ ଇଲେକ୍ଟ୍ରିକ୍ ଆପ୍ଲାଏନ୍‌ସେସ୍‌ ଉପରେ ବିଭିନ୍ନ ଅଫର ମିଳିବ। ସେଲ୍ ଅବଧିରେ ଗ୍ରାହକମାନେ ୨୫୦୦ ଟଙ୍କାର ସପିଙ୍ଗ୍‌ କଲେ ୫୦୦ ଟଙ୍କା ଫେରିପାରିବେ। ଏହି ଅବସରରେ ଫ୍ୟୁଚର୍‌ ଗ୍ରୁପ୍‌ର ଡିଜିଟାଲ୍ ମାର୍କେଟିଂ ଓ ଇ-କମର୍ସ ବିଭାଗର ସିଏମ୍‌ଓ ପୱନ ଶାରଦା କହିଛନ୍ତି ଯେ ପବ୍ଲିକ୍ ହଲିଡେ ସେଲ୍ ଅବସରରେ ଗ୍ରାହକମାନେ ଫେସନ୍, ଖାଦ୍ୟ ଓ ଇଲେକ୍ଟ୍ରୋନିକ୍ସ ଆଦି ଉପରେ ଶ୍ରେଷ୍ଠ ଡିଲ୍ ପାଇପାରିବେ।