ଓଏଏସ୍‌ ସ୍ତରରେ ଅଦଳବଦଳ : ୧୪ ଅଧିକାରୀଙ୍କୁ ବଦଳି କଲେ ସରକାର

ଭୁବନେଶ୍ବର: ଆଜି ରାଜ୍ୟ ସରକାର ୧୪ଜଣ ଓଏଏସ୍‌ଙ୍କୁ ବଦଳି କରିଛନ୍ତି। ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁଯାୟୀ, ଇନ୍ଦ୍ରମଣି ତ୍ରିପାଠୀଙ୍କୁ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ, ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନର ପ୍ରଶାସକ (ଉନ୍ନୟନ) ଥିବା ବିଶ୍ବନାଥ ସାହୁଙ୍କୁ ଭୁବନେଶ୍ବରସ୍ଥିତ ଅତିରିକ୍ତ ରିଭିଜିନାଲ କୋର୍ଟର ଅତିରିକ୍ତ କମିସନର, ମୟୂରଭଞ୍ଜ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ତୁଷାରକାନ୍ତ ମହାନ୍ତିଙ୍କୁ ଆଇଜି କାରଗାର, ଓଏସ୍‌ସିଏସ୍‌ସି ମହାପ୍ରବନ୍ଧକ ପ୍ରଦୀପ କୁମାର ଗରଦିଆଙ୍କୁ ରାଜ୍ୟ ପଣ୍ୟାଗାର ନିଗମର ପରିଚାଳନା ନିର୍ଦ୍ଦେଶକ, ଲୋକୟୁକ୍ତ କାର୍ଯ୍ୟାଳୟରେ ଅତିରିକ୍ତ ସଚିବ ଥିବା ଚିତ୍ତରଂଜନ ପାତ୍ରଙ୍କୁ କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ଅତିରିକ୍ତ ସଚିବ, ମାର୍କଫେଡର ପରିଚାଳନା ନିର୍ଦ୍ଦେଶକ ପ୍ରତାପ କୁମାର ମିଶ୍ରଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଯୁଗ୍ମ ସଚିବ, ସୂଚନା ଓ ଲୋକସମ୍ପର୍କ ବିଭାଗର ଯୁଗ୍ମ ସଚିବ ଶୁଭେନ୍ଦ୍ର କୁମାର ନାୟକଙ୍କୁ ଶିଳ୍ପ ବିଭାଗର ଯୁଗ୍ମ ସଚିବ, ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗର ଯୁଗ୍ମ ସଚିବ ଶିବ ନାରାୟଣ ସାହୁଙ୍କୁ ଏମ୍‌ଏସ୍‌ଏମ୍‌ଇ ବିଭାଗର ଯୁଗ୍ମ ସଚିବ, ସମ୍ବଲପୁର ଜିଲ୍ଲା ଧାନକଉଡା ବ୍ଲକ ବିଡିଓ ଲିନା କୁମାରୀ ଜେସ୍‌ଙ୍କୁ ସୁନ୍ଦରଗଡ଼ ଡେପୁଟି କ‌େଲକ୍ଟର, ରେଙ୍ଗାଳି ଜଳସେଚନ ପ୍ରକଳ୍ପର ସ୍ବତନ୍ତ୍ର ଏଲ୍‌ଏଓ ସୁବ୍ରତ କୁମାର ନାୟକଙ୍କୁ ଭିମ୍‌ସାରର ପ୍ରଶାସନିକ ଅଧିକାରୀ, ଜଗତସିଂହପୁର ବିଡିଓ ଲଗ୍ନଜିତ ରାଉତଙ୍କୁ ନୟାଗଡ଼ ଉପଜିଲ୍ଲାପାଳ, ଯୋଡ଼ା ବିଡିଓ ଅରୁଣ କୁମାର ମଲ୍ଲିକଙ୍କୁ ପାନ‌େପାଷସ୍ଥିତ ଆଇଟିଡିଏର ପିଏ, ପାରଳାଖେମୁଣ୍ଡି ଅତିରିକ୍ତ ଜିଲ୍ଲାପାଳ ସରୋଜ କୁମାର ବେହେରାଙ୍କୁ ରେଙ୍ଗାଳି ଜଳସେଚନ ପ୍ରକଳ୍ପର ସ୍ବତନ୍ତ୍ର ଏଲ୍‌ଏଓ, ଭଟଲି ତହସିଲଦାର ଅଞ୍ଜଳିନା ପ୍ରଧାନଙ୍କୁ ସମ୍ବଲପୁର ଉପଜିଲ୍ଲାପାଳ, କାମାକ୍ଷାନଗର ତହସିଲଦାର ସୁଧାଶୁଂ କୁମାର ମହାନ୍ତିଙ୍କୁ ନୂଆଦିଲ୍ଲୀସ୍ଥିତ ପ୍ରମୁଖ ଆବାସିକ ଆୟୁକ୍ତଙ୍କ କାର୍ଯ୍ୟାଳୟରେ ମ୍ୟାନେଜର- ଉପ ଆବାସିକ ଆୟୁକ୍ତ ଭାବେ ନିଯୁକ୍ତି ଦିଆଯାଇଛି।

ସମ୍ବନ୍ଧିତ ଖବର