ରାଜଧାନୀରେ ହେବ ଗାନ୍ଧୀଙ୍କ ବିଶାଳ ପ୍ରତିମୂର୍ତି

ଭୁବନେଶ୍ବର : ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମବ‌ାର୍ଷିକୀ ସମାରୋହ ବିଭିନ୍ନ ବିଭାଗର ସମନ୍ବୟରେ ପାଳନ ହେବ। ରାଜ୍ୟର ସମସ୍ତ ସ୍ବୟଂ ସହାୟକ ଗୋଷ୍ଠୀ, ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ, ବିଜୁ ଯୁବବାହିନୀର ଯୁବବର୍ଗଙ୍କୁ ସାମିଲ୍‌ କରାଯିବ। ଆଜି ଅପରାହ୍‌ଣରେ ଲୋକସେବା ଭବନରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଏହା କହିଛନ୍ତି। ଗାନ୍ଧୀ ବିଚାର ସମ୍ପନ୍ନ ବ୍ୟକ୍ତିଙ୍କୁ ସମ୍ପୃକ୍ତ କରିବା ନେଇ ବୈଠକରେ ଗୁରୁତ୍ବାରୋପ କରାଯାଇଛି।

ସୂଚନାଯୋଗ୍ୟ ଗତବର୍ଷ ସେପ୍ଟେମ୍ବର ୯ ତାରିଖରେ ମହାତ୍ମା ଗାନ୍ଧୀ ଅବସ୍ଥାନ କରିଥିବା ବିଭିନ୍ନ ଗୃହ ଓ ସ୍ବାଧୀନତା ସଂଗ୍ରାମୀ ପୀଠର ପୁନରୁଦ୍ଧାର, ପ୍ରତି ଜିଲ୍ଲାର ପ୍ରମୁଖ ରାସ୍ତାକୁ ମହାତ୍ମା ଗାନ୍ଧୀ ମାର୍ଗ ନାମରେ ନାମିତ, ଗାନ୍ଧୀ ସର୍କିଟ୍‌ର ଭିତ୍ତିଭୂମି ବିକାଶ ସହ ରାଜଧାନୀରେ ଜାତିର ଜନକଙ୍କ ଏକ ବିଶାଳ ପ୍ରତିମୂର୍ତି ନିର୍ମାଣ ହେବା ନେଇ ନିଷ୍ପତ୍ତି ନିଆଯାଇଥିବା ବେଳେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରମୁଖ ଶାସନ ସଚିବ ପୂର୍ତ ସଚିବଙ୍କୁ ଏହି ନିଷ୍ପତ୍ତିର ଅନୁପାଳନ ପାଇଁ ଚିଠି କରିଛନ୍ତି।

ସମ୍ବନ୍ଧିତ ଖବର