ବିଶ୍ରା: ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ବ୍ଲକ୍ର ଜରେଇକେଲା ସୀମାନ୍ତ ଝାଡ଼ଖଣ୍ଡ ରାଜ୍ୟର ସରଣ୍ଡା ଜଙ୍ଗଲରେ ସକ୍ରିୟ ସିପିଆଇ ମାଓବାଦୀ ସଙ୍ଗଠନର ଏକ ବଡ଼ ଷଡ଼ଯନ୍ତ୍ରକୁ ମଙ୍ଗଳବାର ସୁରକ୍ଷାବାହିନୀ ପଣ୍ଡ କରିଛି।
ପୁଲିସକୁ ମିଳିଥିବା ଗୁପ୍ତ ସୂଚନା ଆଧାରରେ କରାଯାଇଥିବା ଏକ ସ୍ୱତନ୍ତ୍ର ଅଭିଯାନରେ ସୁରକ୍ଷାବାହିନୀ ଟଣ୍ଟୋ ଥାନା ହୁସିପି ଗାଁର ଜଙ୍ଗଲ ଓ ପାହାଡ଼ରେ ଲୁଚାଇ ରଖାଯାଇଥିବା ପ୍ରାୟ ୧୮ ହଜାର ଡେଟୋନେଟର ଜବତ କରିଛନ୍ତି।
ବୋମା ନିଷ୍କ୍ରିୟକାରୀ ଦଳ ସହାୟତାରେ ସେଗୁଡ଼ିକୁ ଘଟଣାସ୍ଥଳରେ ସୁରକ୍ଷିତ ଭାବରେ ନଷ୍ଟକରି ଦିଆଯାଇଛି। ଚାଇଁବସା ଏସ୍ପି ରାକେଶ ରଞ୍ଜନ ଗୁଇନ୍ଦା ସୂଚନା ପାଇଥିଲେ ଯେ, ମାଓ ସଂଗଠନର ଶୀର୍ଷନେତା ମିସିର ବେସରା, ଅନମୋଲ, ମୋଚୁ, ଅନଲ, ଅସୀମ ମଣ୍ଡଳ, ଅଜୟ ମାହାତୋ, ସାଗେନ ଅଙ୍ଗାରିଆ, ଅଶ୍ୱିନ, ପିଣ୍ଟୁ ଲୋହାରା, ଚନ୍ଦନ ଲୋହାରା, ଅମିତ ହାଁସଦା ଓରଫ ଉପତାନ, ଜୟକାନ୍ତ ଓ ରାପା ମୁଣ୍ଡା ସେମାନଙ୍କ ଦଳ ସହିତ କୋଲହାନ ଅଞ୍ଚଳରେ ସକ୍ରିୟ ଅଛନ୍ତି ଏବଂ କିଛି ବଡ଼ ବିସ୍ଫୋରଣ ଯୋଜନା କରୁଛନ୍ତି। ଏହି ସୂଚନାକୁ କେନ୍ଦ୍ରକରି ଏକ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରି ସୁରକ୍ଷାବାହିନୀ ବିପୁଳ ବିସ୍ଫୋରକ ଜବତ କରିଥିଲା।
sundargarh | Naxal
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/07/02/big-naxal-conspiracy-busted-2025-07-02-08-25-17.jpg)