ଆଠଫୁଟରୁ ଉର୍ଦ୍ଧ୍ଵ ଲମ୍ବା ରଣାସାପ ଉଦ୍ଧାର

ବାଡ଼ରେ ଲାଗିଥିବା ଜାଲରେ ପଡ଼ିଲା

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅନ୍ତଗର୍ତ ବଡ଼କରଞ୍ଜିଆ ଗ୍ରାମର ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ବାଡ଼ରେ ଲାଗିଥିବା ଜାଲରେ ଏକ ବିଶାଳକାୟ ରଣା ସାପ ଲାଗିଥିବା ଦେଖି ବନବିଭାଗକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ଅଭିଜ୍ଞ ସାପଧରାଳି କୃଷ୍ଣଚନ୍ଦ୍ର ଗୋଛାୟତ ଓ ତାଙ୍କ ଟିମ ପହଞ୍ଚି ଅତ୍ୟନ୍ତ ସତର୍କତାର ସହିତ ସାପଟିକୁ ଉଦ୍ଧାର କରିଥିଲେ। ପରେ ସାପଟିକୁ ଶିମିଳିପାଳ ଜଙ୍ଗଲରେ ଛାଡି ଦିଆଯାଇଥିଲା। ତେବେ ସାପଟିର ଲମ୍ବ ପ୍ରାୟ ୮ ଫୁଟରୁ ଅଧିକ ହୋଇଥିବା ବେଳେ ଏହାର ବୟସ ପ୍ରାୟ ୧୫ ବର୍ଷରୁ ଉର୍ଦ୍ଧ୍ବ ହେବାନେଇ ଅନୁମାନ କରାଯାଉଛି। ସାପଧରାଳି କୃଷ୍ଣଚନ୍ଦ୍ର’ଙ୍କ କହିବା ଅନୁଯାୟୀ ସାଧାରଣତଃ ରଣାସାପ ଗୁଡିକ ୩ ରୁ ୪ ଫୁଟ ମଧ୍ୟରେ ଦେଖିବାକୁ ମିଳିଥାଆନ୍ତି। ମାତ୍ର ଏତେ ଲମ୍ବା ରଣା ସାପ ସାଧାରଣତଃ ବିରଳ ବୋଲି ସେ କହିଛନ୍ତି। ତାଙ୍କର ୨୦ ବର୍ଷର ସାପଧରା ମଧ୍ୟରେ ଏତେ ବଡ଼ ରଣାସାପ ସେ ଦେଖିନଥିବା କୃଷ୍ଣଚନ୍ଦ୍ର ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର