ମା’ ହିଙ୍ଗୁଳାଙ୍କ ପ୍ରସିଦ୍ଧ ଯାତ୍ରା ଆରମ୍ଭ

ତାଳଚେର/ଗୋପାଳପ୍ରସାଦ: ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା ହିଙ୍ଗୁଳାଙ୍କ ନବଦିନବ୍ୟାପୀ ପ୍ରସିଦ୍ଧ ବାର୍ଷିକ ଯାତ୍ରା ଓ ଲୋକ ମହୋତ୍ସବ ଆଜିଠୁ ଗୋପାଳପ୍ରସାଦ ପୀଠରେ ଆରମ୍ଭ ହୋଇଛି। ଲକ୍ଷଲକ୍ଷ ମହିଳା, ପୁରୁଷ ଭକ୍ତଙ୍କ ସମାବେଶରେ ଲୋକାରଣ୍ୟ ହୋଇଉଠିଛି ଦେବୀପୀଠ।

ଠାକୁରାଣୀଙ୍କ ଜୟ ଜୟକାର ଧ୍ବନି, ଘଣ୍ଟଘଣ୍ଟାନାଦ, ହରିବୋଲ, ହୁଳହୁଳିରେ ପ୍ରକମ୍ପିତ ହୋଇଉଠିଛି ସମଗ୍ର ଅଂଚଳ। ପ୍ରଚଣ୍ଡ ଖରା ସତ୍ତ୍ବେ ମାଙ୍କ ଉଭାସ୍ଥଳୀ ଓ ପୀଠରେ ଅବିଭକ୍ତ ଢେଙ୍କାନାଳ ଜିଲ୍ଲା ସମେତ ରାଜ୍ୟ ତଥା ବାହାରର ୪ ଲକ୍ଷରୁ ଊର୍ଦ୍ଧ୍ବ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବା ଜଣାପଡ଼ିଛି। ଅଗ୍ନି ସ୍ବରୂପିଣୀ ମା ହିଙ୍ଗୁଳା ଚଳିତବର୍ଷ ମନ୍ଦିର ପଶ୍ଚିମଦିଗରେ ଗଜରାଜ ଖେଳପଡ଼ିଆରେ ଆବିର୍ଭୂତ ହୋଇଛନ୍ତି।

ସମ୍ବନ୍ଧିତ ଖବର