ରସଗୋଲା ପରେ ଏବେ ହାତରୁ ଖସିଗଲା ପୁରୀ ଖଜା! ବିହାରକୁ ମିଳିଲା ଖଜାର ଜିଆଇ ଟ୍ୟାଗ୍

ଭୁବନେଶ୍ବର:  ରସଗୋଲା ପରେ ବିବାଦରେ ପୁରୀ ଖଜା । ବିହାରର ଖଜାକୁ ଜିଆଇ ମାନ୍ୟତା ମିଳିବା ପରେ ଏହି ବିବାଦ ମୁଣ୍ଡ ଟେକିଛି। ଏଯାବତ ରସଗୋଲାର ଜିଆଇ  ମାନ୍ୟତା ଆମକୁ ମିଳି ନଥିବା ବେଳେ ଖଜାକୁ ମାରି ନେଇଛି ବିହାର। ଖଜାର ଉତ୍ପତ୍ତି କେଉଁଠି ପୁରୀ ନା ବିହାର?  ଶ୍ରୀମନ୍ଦିର ସ୍ୱତ୍ୱଲିପି କହୁଛି ମନ୍ଦିରରେ ସନ୍ଧ୍ୟାଧୂପରେ ଖଜା ଭୋଗ ହୋଇଥାଏ । ତେବେ ଖଜାର ଉତ୍ପତ୍ତି ବିହାରରେ ବୋଲି ସରକାରୀ ମାନ୍ୟତା ମିଳିବା ପରେ ଏବେ ରାଜ୍ୟ ସରକାରଙ୍କ ସଂସ୍କୃତିକୁ ବଂଚାଇ ରଖିବା ପାଇଁ କିପରି ଉଦ୍ୟମ ହେଉଛି, ତା’ ଉପରେ ସମସ୍ତଙ୍କ 

ଗତ ୨୦୧୮ ଡିସେମ୍ବର ୧୧ ତାରିଖରେ ଖଜା ବିହାରର ବୋଲି  ଜିଆଇ ମାନ୍ୟତା ମିଳିଛି । ଏହି ଘୋଷଣା ଏବେ ବିବାଦକୁ ଅଧିକ ଖୋରାକ ଯୋଗାଇଛି । କାହିଁକି ଖଜା ପୁରୀର ବୋଲି ଆବେଦନ କରାଗଲା ନାହିଁ ସେ ନେଇ ପ୍ରଶ୍ନ ଉଠାଇଛନ୍ତି ସଂସ୍କୃତି ବିଶେଷଜ୍ଞ । ତେଣୁ ସରକାର ତତ୍ପର ନହେଲେ ଆମର ସ୍ୱତନ୍ତ୍ର ପରିଚୟ ହଜିଯିବ ବୋଲି ଅଭିଯୋଗ ହୋଇଛି ।

http://ashimroy15.blogspot.com

ଖଜାର ଉତ୍ପତ୍ତି ଏବଂ ଶ୍ରୀମନ୍ଦିର ମଧ୍ୟରେ ଥିବା ସମ୍ପର୍କ ବେଶ ପୁରୁଣା । ଶ୍ରୀମନ୍ଦିରରେ ଏହି ଶୁଖିଲି ଭୋଗର ସୃଷ୍ଟି ଅନ୍ୟୁନ ୬୦୦ବର୍ଷ ପୁୁରୁଣା । କାରଣ ଶ୍ରୀମନ୍ଦିରରେ ପ୍ରାଚୀନ ଦ୍ୱାଦଶ ଯାତ୍ରା ମଧ୍ୟରେ ଅନ୍ତର୍ଭୁକ୍ତ ମକର ସଂକ୍ରାନ୍ତି ଦିନ ସର୍ବାଧିକ ୮୪ ପ୍ରକାରର ଉଭୟ ସଙ୍ଖୁଡି ଓ ନିସଙ୍ଖୁଡି ଭୋଗ ଶ୍ରୀବିଗ୍ରହଙ୍କ ନିକଟରେ ଅର୍ପଣ ହୋଇଥାଏ । ଏହି ୮୪ ପ୍ରକାର ଭୋଗ ମଧ୍ୟରେ ରହିଛି ଖଜା । ୧୯୧୦ ମସିହା ବେଳେ ଶ୍ରୀମନ୍ଦିରରେ ସନ୍ଧ୍ୟାଧୂପରେ ଖଜା ଭୋଗ ହେଉଥିବା ସ୍ୱତ୍ୱଲିପିରୁ ଜଣାଯାଏ । ଇତିହାସର ପୃଷ୍ଠାରେ ଶ୍ରୀମନ୍ଦିରର ୫୬ଭୋଗର ବିବରଣୀରେ ସ୍ଥାନ ପାଇଛି ଖଜା । ଏସବୁ ସତ୍ୱେ ଜଗନ୍ନାଥ ପରମ୍ପରା ସହିତ ଜଡିତ ଖଜାର ମାନ୍ୟତା ପାଇବା କ୍ଷେତ୍ରରେ ସରକାର ଯେତିକି ଯତ୍ନବାନ ହେବା କଥା ହୋଇନାହାନ୍ତି ବୋଲି ଅଭିଯୋଗ ହୋଇଛି ।

ରସଗୋଲା ପାଇଁ ଯେତେବେଳେ ଟଣାଓଟରା ଲାଗିଥିଲା ସେତେବେଳେ ମଧ୍ୟ ରାଜ୍ୟ ସରକାରଙ୍କ ଉପରକୁ ଅଙ୍ଗୁଳି ଉଠିଥିଲା । ଟ୍ୟାଗ ପାଇବା ପାଇଁ କାହିଁକି ସରକାର ପ୍ରଥମେ ଆବେଦନ କଲେ ନାହିଁ ବୋଲି ଉଠିଥିଲା ପ୍ରଶ୍ନ । ଏବେ ଖଜାର ଉତ୍ପତ୍ତି ଏବଂ ବ୍ୟବହାର ପୁରୀ ଶ୍ରୀମନ୍ଦିରରେ ହୋଇଥିବା ନେଇ ତଥ୍ୟ ପ୍ରମାଣ ରହିଥିଲେ ମଧ୍ୟ ଏହା ସରକାରୀ ଟ୍ୟାଗ ପାଇବାରୁ ବଂଚିତ ହୋଇଛି ।

ସମ୍ବନ୍ଧିତ ଖବର