ଭୁବନେଶ୍ୱର: ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓଡ଼ିଶାର କାମଚଳା ରାଜ୍ୟପାଳ ଭାବେ ବିହାରର ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କୁ ନିଯୁକ୍ତି ଦେଇଛନ୍ତି। ଓଡ଼ିଶାର ନୂତନ ରାଜ୍ୟପାଳ ନିଯୁକ୍ତି ହେବା ପର୍ଯ୍ୟନ୍ତ ବିହାର ରାଜ୍ୟପାଳ ଶ୍ରୀ ମଲ୍ଲିକ ବିହାର ଓ ଓଡ଼ିଶାର ରାଜ୍ୟପାଳ ଭାବେ ଦ୍ୱୈତ ଦାୟିତ୍ୱରେ ରହିବେ।
ସୂଚନାଯୋଗ୍ୟ ଯେ ଓଡ଼ିଶାର ରାଜ୍ୟପାଳ ଡ.ଏସ.ସି.ଜମୀରଙ୍କର ୫ବର୍ଷିଆ କାର୍ଯ୍ୟକାଳ ଆଜି ( ୨୦୧୮ ମସିହା ମାର୍ଚ୍ଚ ୨୦ ତାରିଖରେ) ଶେଷ ହେଉଛି। ତେବେ ଆଜି ରାଷ୍ଟ୍ରପତି ଭବନରୁ ଓଡ଼ିଶାର ରାଜ୍ୟପାଳ ଦାୟିତ୍ୱରେ ବିହାରର ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ରହିବେ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି।
#PresidentKovind directs Shri Satya Pal Malik, Governor of Bihar, to discharge functions of Governor of Odisha, in addition to his own duties, following the completion of the tenure of Shri S.C. Jamir
— President of India (@rashtrapatibhvn) March 20, 2018
ପ୍ରକାଶ ଥାଉକି ପୂର୍ବରୁ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ମଧ୍ୟ ବିକଳ୍ପ ନିଯୁକ୍ତି ହୋଇ ନ ଥିବାରୁ ଓଡ଼ିଶାର ରାଜ୍ୟପାଳ ଦାୟିତ୍ୱରେ ଦୀର୍ଘ ଦିନ ଧରି ରହିଥିଲେ। ପରେ ଏଠାରେ ୨୦୧୩ ମସିହାରେ ଡ. ଜମୀରଙ୍କୁ ଓଡ଼ିଶାର ରାଜ୍ୟପାଳ ଭାବେ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ନିଯୁକ୍ତି ଦେଇଥିଲେ।