ରାଉରକେଲା: ରାଉରକେଲା ଗାନ୍ଧୀରୋଡ୍ ଅଞ୍ଚଳରୁ ଜଣେ ବନ୍ଧୁକ ବେପାରୀକୁ ପ୍ଲାଣ୍ଟସାଇଟ୍ ପୁଲିସ ଗିରଫ କରିଛି। ଅଭିଯୁକ୍ତ ହେଲା ବିହାର ମୁଙ୍ଗେର ଜିଲ୍ଲାର ମୂଳନିବାସୀ ତଥା ରେଲୱେ କଲୋନି ରିମ୍ଝିମ୍ ବସ୍ତିରେ ରହୁଥିବା ରାଜେଶ ସାହୁ (୨୫)। ତା’ ପାଖରୁ ୧୦ଟି ବନ୍ଧୁକ, ୬ଟି ଅଫୁଟା ଗୁଳି ଓ ୨ଟି ଖାଲି ମାଗାଜିନ୍ ଜବତ ହୋଇଛି। ଅଭିଯୁକ୍ତକୁ ଆଜି କୋର୍ଟ ଚାଲାଣ କରାଯାଇଥିବା ରାଉରକେଲା ଏସ୍ପି ନୀତେଶ ୱାଧୱାନୀ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
ସୂଚନାନୁଯାୟୀ, ମଙ୍ଗଳବାର ଦିନ ପ୍ରାୟ ୨ଟା ବେଳେ ଅଭିଯୁକ୍ତ ରାଜେଶ ବନ୍ଧୁକ ବିକ୍ରି କରିବାକୁ ବାହାରିଥିଲା। ଏ ସଂପର୍କରେ ଆଗୁଆ ସୂଚନା ପାଇଥିବା ପ୍ଲାଣ୍ଟସାଇଟ୍ ପୁଲିସ ରାଜେଶକୁ ଗାନ୍ଧୀରୋଡ୍ରୁ ରାଉରକେଲା ରିଙ୍ଗ୍ ରୋଡ୍ ଯିବା ରାସ୍ତାରେ କାବୁ କରିଥିଲା। ଯାଞ୍ଚ କରିବା ସମୟରେ ତା’ ବ୍ୟାଗ୍ରୁ ଚୀନ ପ୍ରସ୍ତୁତି ଲେଖାଥିବା ଗୋଟିଏ ଦେଶୀ ବନ୍ଧୁକ, ୟୁଏସ୍ଏ ଲେଖାଥିବା ୩ଟି ବନ୍ଧୁକ, କିଙ୍ଗ୍ କେଜିଏଫ୍ ଲେଖାଥିବା ଗୋଟିଏ ବନ୍ଧୁକ ସହିତ ଗୋଟିଏ ରିଭଲ୍ଭର, ୪ଟି ସିଙ୍ଗଲ୍ ସଟ୍ ଦେଶୀ ବନ୍ଧୁକ, ଗୋଟିଏ ୭.୬୫ ଏମ୍ଏମ୍ ଗୁଳି, ୫ଟି ୮ ଏମ୍ଏମ୍ ଗୁଳି ଏବଂ ୨ଟି ଖାଲି ମାଗାଜିନ୍ ମିଳିଥିଲା। ପୁଲିସ ତାକୁ ଉଠାଇ ଆଣି ଥାନାରେ ଜେରା କରିବାବେଳେ ସହରର ବିଭିନ୍ନ ସ୍ଥାନରେ ସେ ବନ୍ଧୁକ ବ୍ୟବସାୟ କରୁଥିବା ଜଣାପଡ଼ିଥିଲା। ଅଭିଯୁକ୍ତ ରାଜେଶ ନାଁରେ ରାଜଗାଙ୍ଗପୁର ଥାନାରେ ପୂର୍ବରୁ ବନ୍ଧୁକ କାରବାର ମାମଲା ରହିଛି। ଏସ୍ପି ଶ୍ରୀ ୱାଧୱାନୀ କହିଛନ୍ତି, । ଅଭିଯୁକ୍ତ ସହ ସହରର କିଛି ଲୋକ ବେଆଇନ ବନ୍ଧୁକ କାରବାରରେ ଲିପ୍ତ ଅଛନ୍ତି। ସେମାନଙ୍କୁ ଖୁବଶୀଘ୍ର ଧରାଯିବ। ଅଭିଯୁକ୍ତ ରାଜେଶ ବିହାର ଓ ଝାଡ଼ଖଣ୍ଡରୁ ବନ୍ଧୁକ ଆଣି ରାଉରକେଲାରେ ୮ରୁ ୧୮ ହଜାର ଟଙ୍କାରେ ବିକ୍ରି କରୁଥିଲା। ବ୍ୟବସାୟୀଙ୍କୁ ମିଳୁଥିବା ବରାଦ ମୁତାବକ ସହରକୁ ବନ୍ଧୁକ ଓ ଗୁଳି ଆସୁଥିବା ଜଣାପଡ଼ିଛି। ବନ୍ଧୁକ ବେପାରରେ ଅଙ୍କୁଶ ଲଗାଇବାକୁ ୨୦୨୪ ଅକ୍ଟୋବରରୁ ଏ ପର୍ଯ୍ୟନ୍ତ ୧୩ଟି ମାମଲାରେ ୫୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେମାନଙ୍କଠାରୁ ୨୭ଟି ବନ୍ଧୁକ ଜବତ କରାଯାଇଥିବା ଏସ୍ପି ସୂଚନା ଦେଇଥିଲେ।
ବିହାରୀ ଗ୍ୟାଙ୍ଗ୍ର ବନ୍ଧୁକ ବେପାର
ରାଉରକେଲା ଗାନ୍ଧୀରୋଡ୍ ଅଞ୍ଚଳରୁ ଜଣେ ବନ୍ଧୁକ ବେପାରୀକୁ ପ୍ଲାଣ୍ଟସାଇଟ୍ ପୁଲିସ ଗିରଫ କରିଛି। ଅଭିଯୁକ୍ତ ହେଲା ବିହାର ମୁଙ୍ଗେର ଜିଲ୍ଲାର ମୂଳନିବାସୀ ତଥା ରେଲୱେ କଲୋନି ରିମ୍ଝିମ୍ ବସ୍ତିରେ ରହୁଥିବା ରାଜେଶ ସାହୁ (୨୫)। ତା’ ପାଖରୁ ୧୦ଟି...
/sambad/media/media_files/2025/08/08/untitled-7-2025-08-08-06-51-58.jpg)