ବାଲେଶ୍ବର : ମୟୂରଭଞ୍ଜ ଜିଲ୍ଲା ବିଜାତଳା ବ୍ଲକ୍ ୩୨ ନମ୍ବର ଜିଲ୍ଲା ପରିଷଦ ଜୋନ୍ ପାଇଁ ନିର୍ବାଚନ ସରିଛି। ତାରକା ପ୍ରଚାରକମାନେ ସେମାନଙ୍କ କାମ ସାରିଥିବା ବେଳେ ଏବେ ଫଳାଫଳ କଣ ହେବ, ସେନେଇ ଚର୍ଚା ଜୋର ଧରିଛି। ଏହି ଜୋନ୍ ଅନ୍ତର୍ଗତ ୫ଟି ପଞ୍ଚାୟତର ମୋଟ ୨୩,୧୧୯ ଜଣ ଭୋଟରଙ୍କ ମଧୢରୁ ୧୭,୭୭୯ ଜଣ ୮୨ଟି ବୁଥ୍ରେ ଭୋଟ ଦେଇଥିବା ବେଳେ ଏଠାରେ ହାରାହାରି ୭୬.୯୦ ପ୍ରତିଶତ ମତଦାନ ହୋଇଛି। ପ୍ରତ୍ୟେକ ବୁଥ୍ରେ ବିଜେପି, ବିଜେଡି ଓ ଜେଏମ୍ଏମ୍ ମଧୢରେ କଡ଼ା ଟକ୍କର ହେଉଛି। କ˚ଗ୍ରେସ ମଧୢ ଭଲ ଫଳାଫଳ କରିବା ନେଇ ଆଶାବାଦୀ ରହିଛି। ତେବେ, ଆସନ୍ତାକାଲି ଫଳାଫଳ ଘୋଷଣା ପରେ ସବୁ କଳ୍ପନାଜଳ୍ପନାର ଅବସାନ ଘଟିବ।
ବିଜାତଳାରେ ଭୋଟ ଶେଷ, ଆଜି ଗଣତି
/sambad/media/post_attachments/wp-content/uploads/2018/12/ballot-box2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)