ଭବାନୀପାଟଣା: ଭବାନୀପାଟଣାରେ ମା’ ମାଣିକେଶ୍ବରୀଙ୍କ ବିଜୟ ଛତର ଯାତ୍ରାରେ ଶହ ଶହ ସଂଖ୍ୟାରେ ପଶୁବଳି ଯୋଗୁଁ ରକ୍ତରଞ୍ଜିତ ହୋଇଛି ରାଜପଥ। ଗତ ବର୍ଷ ଭଳି ଚଳିତ ଥର ମଧ୍ୟ ଶ୍ରଦ୍ଧାଳୁମାନେ ନିଜର ମାନସିକ ପୂରଣ ଲାଗି ବଳି ଦେଇଥିବା ଜଣାଯାଇଛି। ପାରମ୍ପରିକ ବାଦ୍ୟ ଓ ନୃତ୍ୟର ତାଳେ ତାଳେ ହଜାର ହଜାର ଶ୍ରଦ୍ଧାଳୁ ମାଆଙ୍କ ଦର୍ଶନ କରୁଛନ୍ତି।
ରବିବାର ଭୋର ୫ଟାରେ ମା’ ମାଣିକେଶ୍ବରୀଙ୍କ ଛତର ମନ୍ଦିରରୁ ବାହାରି ଜେନାଖାଲରେ ପହଞ୍ଚିଥିଲା। ସେଠାରେ ପୂଜାର୍ଚ୍ଚନା ଓ ଗୁପ୍ତ ରୀତିନୀତି ପରେ ଭୋରରେ ମା’ଙ୍କ ଛତର ବିଜୟ ଯାତ୍ରା ଆରମ୍ଭ ହୋଇଥିଲା। ମାଣିକେଶ୍ବରୀ ମନ୍ଦିରରେ ଛତର ପହଞ୍ଚିଥିବା ପରେ ସେଠାରେ କଳାହାଣ୍ତି ମହାରାଜା ଉଦିତ ପ୍ରତାପ ଦେଓ, ଯୁବରାଜ ଅନନ୍ତ ପ୍ରତାପ ଦେଓ ଓ ପରିବାର ଛତରକୁ ସ୍ବାଗତ କରି ମନ୍ଦିରକୁ ପାଛୋଟି ନେଇଥିଲେ। ଛତରଯାତ୍ରାରେ ପ୍ରାୟ ଲକ୍ଷାଧିକ ଶ୍ରଦ୍ଧାଳୁ ଭକ୍ତ ନିଜ ମାନସିକ ପାଇଁ ପାରା ଉଡ଼ାଇବା ସହିତ ପ୍ରାୟ ୪ କିମି ଅଧିକ ରାସ୍ତାରେ ବୋଦା, କୁକୁଡ଼ା, ବଳି ଦେଇଥିଲେ। ସୁରକ୍ଷା ଦୃଷ୍ଟିରୁ ୧୨ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/10/Maa-Manikeswaris-Chhatar-Jatra-concludes-sans-Devotees-550x430-1.jpg)