ଜଟିଳ ହେଲାଣି ରାଜନୀତି ଅଙ୍କ : ତଥାପି କାର୍ଡ ଖୋଲୁନାହାନ୍ତି ବିଜୟ

ଘର ଆଗରେ ଭିଡ କଲେଣି ସମର୍ଥକ, ସାକ୍ଷାତ ପରେ ବି ଦିଲୀପଙ୍କୁ ଚର୍ଚ୍ଚା ଛାଡୁନି, ରାଜନୀତିକୁ ଗୋଳିଆ କରିଦେଲା ବିଜେପି

ଭୁବନେଶ୍ବର : ଗତକାଲି ସମର୍ଥକମାେନ ଦାବି କରିଥିଲେ ପୂର୍ବତନ ମନ୍ତ୍ରୀ ଦିଲୀପ ରାୟ ରବିବାର ବିଜେଡିରେ ମିଶିବେ। ଆଜି ସେମିତି କିଛି ଘଟିଲାନି। ଦିଲୀପଙ୍କୁ ନେଇ ଆଜି ବିଜେଡି ଚୁପ୍। ସେ ବି କିଛି ମୁହଁ ଖୋଲିନାହାନ୍ତି।

ଏହାକୁ ନେଇ କଳ୍ପନାଜଳ୍ପନା ଜାରି ରହିଥିବା ବେଳେ ଆଜି ହଠାତ୍ ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ରଙ୍କ ଘରେ ଶହ ଶହ େଲାକ ରୁଣ୍ଡ େହବା ଓ ବିଜୟଙ୍କ ମନ୍ତବ୍ୟ ଏବଂ ବିେଜପିର ଗଣମାଧ୍ୟମକୁ ସୂଚନା ରାଜ୍ୟ ରାଜନୀତିକୁ ଅଧିକ େରାଚକ କଲାଣି। ବିଜୟ କେଉଁ ଦଳକୁ ଯିବେ େସ କାର୍ଡ େଖାଲୁନାହାନ୍ତି। ବରଂ ରାଜ୍ୟର ବିଭିନ୍ନ ଅଞ୍ଚଳର େଲାକଙ୍କୁ ଏକାଠି କରି ଆେଲାଚନା ଆଳରେ ସସ୍ପେନ୍ସ ବଢାଇଲେଣି।

ଆଜି ବିଜେପି େନତା େଗାଲକ ମହାପାତ୍ର ଗଣମାଧ୍ୟମକୁ କହିଛନ୍ତି, ବିେଜପି ଛାଡିନାହାନ୍ତି ବିଜୟ। ଉଭୟ ଦିଲୀପ ଓ ବିଜୟ ଦଳରେ ଅଛନ୍ତି ଓ େସମାନଙ୍କ ଇସ୍ତଫା ଗ୍ରହଣ କରାଯାଇନାହିଁ। ତେବେ ଦିଲୀପଙ୍କ ସଂପର୍କରେ େକନ୍ଦ୍ରୀୟ କମିଟି ନିଷ୍ପତ୍ତି େନବ।
େଗାଟିଏ ପଟେ ଶନିବାର ଦିଲୀପ ନବୀନ ନିବାସ ଯାଇ ଆେଲାଚନା କରିବା, ବିଜୟଙ୍କ ସଂପର୍କରେ ନବୀନଙ୍କ ସହିତ କଥା େହାଇଥିବା େବଳେ ଏପଟେ ବିଜେପିର ଗଣମାଧ୍ୟମକୁ ସୂଚନା ରାଜନୈତିକ ପାଣିପାଗକୁ େଗାଳିଆ କରିଛି। ବିଜୟ ବିେଜଡିକୁ ଯିବେ କି ନାହିଁ, ତାହା ଅଧିକ ଦ୍ବନ୍ଦ୍ବ ଭିତରେ ରହିଛି। କାରଣ ସେ ନିଜେ ଆଜି କହିଛନ୍ତି, ଏ ଯାଏଁ ବିଜେଡିରୁ ତାଙ୍କ ସହ କେହି ବି ଯୋଗାଯୋଗ କରିନାହାନ୍ତି। ତେବେ ବିେଜପିର କିଛି େନତା ବ୍ୟକ୍ତିଗତସ୍ତରରେ ତାଙ୍କ ସହିତ କଥାବାର୍ତା କରୁଥିବା ସେ ମାନିଛନ୍ତି। ସେପଟେ କେଂଗ୍ରସ ବି ବିଜୟଙ୍କୁ ଆେଖଇଛି।

ଆଜି ଗଣମାଧ୍ୟମକୁ ବିଜୟ କହିଛନ୍ତି, ସେ କେଉଁ ଦଳକୁ ଯିବେ ସେ ନିଷ୍ପତ୍ତି ନେଇନାହନ୍ତି। ରାଜ୍ୟ ସ୍ବାର୍ଥ ଓ ଯୁବବର୍ଗଙ୍କ ବିକାଶ ପାଇଁ କାମ କରୁଛନ୍ତି। ଆସନ୍ତା ଦିନେ ଦୁଇଦିନ ଭିତରେ କିଛି ନିଷ୍ପତ୍ତି ନେଇପାରନ୍ତି। ଏଥରକ ନିର୍ବାଚନ ଜଟିଳ ହେବ ଓ ଏଭଳି ନିର୍ବାଚନ ଓଡ଼ିଶାବାସୀ ଆଗରୁ କେବେ ବି ଦେଖିନଥିବେ େବାଲି ଆଜି ବିଜୟ ଭବିଷ୍ୟବାଣୀ କରିଛନ୍ତି।

ତେବେ ଆଜି ସନ୍ଧ୍ୟା ପରଠାରୁ ବିଜୟଙ୍କ ଘର ସାମ୍ନା ହଠାତ୍ େଲାକାରଣ୍ୟ େହାଇପଡିଛି। ଦଳମତ ନିର୍ବିେଶଷରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସିଥିବା େନତାଙ୍କ ସହିତ େସ ଆେଲାଚନା ଜାରି ରଖିଥିବା ସୂଚନା ମିଳିଛି। ନିର୍ଦିଷ୍ଟ କି ଲକ୍ଷ୍ୟ ରଖି ସେ ଆେଲାଚନା ଚଳାଇଛନ୍ତି ତାହା ଜଣାପଡିନାହିଁ।

ଉଲ୍ଲେଖଥାଉକି, ବିଜୟ, ବୈଜୟନ୍ତ ପଣ୍ଡା, ଦିଲୀପ ରାୟ, ଡାକ୍ତର ଦାେମାଦର ରାଉତ ପ୍ରମୁଖଙ୍କୁ େନଇ ତୃତୀୟ ସାମ୍ମୁଖ୍ୟର ପରିକଳ୍ପନା ଚାଲିଥିଲା। ଇତିମଧ୍ୟରେ ବୈଜୟନ୍ତ ଓ ଦାମ ବିେଜପି ଶିବିରକୁ ଯାଇସାରିଲେଣି। ଏପରିସ୍ଥିତିରେ ବିଜୟ ବିେଜପିକୁ େଫରିଯିବେ ନା ବିେଜଡିକୁ ଢଳିବେ ଅଥବା କେଂଗ୍ରସ ହାତ ସହିତ ହାତ ଛନ୍ଦିବେ, ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି।

ସମ୍ବନ୍ଧିତ ଖବର