ପୁରୀ ଉଚ୍ଛେଦ ପ୍ରସଙ୍ଗରେ ଗର୍ଜିଲେ ବିଜୟ : ଶ୍ରୀକ୍ଷେତ୍ର ଏବେ କୁରୁକ୍ଷେତ୍ର ପାଲଟିଛି

ବିଜେଡି କହିଲା, ‘ଅଦାଲତ ଅବମାନନା’

ଭୁବନେଶ୍ବର : ପୁରୀ ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଉଚ୍ଛେଦ ପ୍ରସଙ୍ଗରେ ସ୍ଥାନୀୟ ବିଧାୟକ ଜୟନ୍ତ ଷଡ଼ଙ୍ଗୀଙ୍କ ନେତୃତ୍ବରେ ବିେରାଧ ଆରମ୍ଭ ହୋଇଛି। ମଠାଧୀଶମାନେ ପୁରୀରେ େମଳି ବାନ୍ଧୁଛନ୍ତି। ଏପଟେ ରାଜ୍ୟ ବିେଜପି େନତା ବିଜୟ ମହାପାତ୍ର ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ବିେରାଧରେ ବିେଷାଦଗାର କରିଛନ୍ତି। କହିଛନ୍ତି, ଶ୍ରୀେକ୍ଷତ୍ରକୁ େଡାଜର ଲଗାଇ ଓ ବ୍ୟାପକ େଫାର୍ସ ମୁତୟନ କରି ସରକାର ରଣକ୍ଷେତ୍ର ଭଳି କରିସାରିଲେଣି। ଏହା ଏବେ କୁରୁେକ୍ଷତ୍ର ପାଲଟିଛି। ଏମିତି କରିବାର ଅଧିକାର ରାଜ୍ୟ ସରକାରଙ୍କର ନାହିଁ। ବିଜେଡି ଏ େନଇ ପ୍ରତିଜବାବ ରଖିଛି ଓ ବିଜୟ ଅଦାଲତ ଅବମାନନା କରୁଛନ୍ତି େବାଲି ସତର୍କ କରାଇଛି।

ଶ୍ରୀ ମହାପାତ୍ର ଆଜି ଭୁବନେଶ୍ବରରେ ଗଣମାଧ୍ୟମକୁ କହିଛନ୍ତି, ଶ୍ରୀମନ୍ଦିର ଚତୁଃପାର୍ଶ୍ବକୁ ଉଚ୍ଛେଦ କରି ସରକାର କଣ କରିବେ, ତାହା ଏଯାଏ ସ୍ପଷ୍ଟ କରିନାହାନ୍ତି। ଅଥଚ ୨୨ଟି ବୁଲଡୋଜର ଲାଗିଛି ଓ ୫୦ ପ୍ଲାଟୁନ େଫାର୍ସ େସଠି ମୁତୟନ ଅଛନ୍ତି। େଯମିତି ମନେ ହେଉଛି, ସରକାର ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ କରିବା ଭଳି ମଠ ଓ ମନ୍ଦିର ଉପରେ ଆକ୍ରମଣ ଚଳାଇଛନ୍ତି।

ଜଷ୍ଟିସ ବିମଳ ପ୍ରସାଦ ଦାସ କମିସନଙ୍କ ଶ୍ରୀମନ୍ଦିର ସଂସ୍କାର ସଂପର୍କିତ ରିେପାର୍ଟ େନଇ ଶ୍ରୀ ମହାପାତ୍ର କେଁ କାଢ଼ିଛନ୍ତି। କହିଛନ୍ତି, କମିସନ ଏହି ଘଟଣାରେ ଅନ୍ତରୀଣ ରିପୋର୍ଟ ଦେଇଛନ୍ତି। ଚୂଡ଼ାନ୍ତ ରିେପାର୍ଟ ଦେବା ପୂର୍ବରୁ ତାଙ୍କ କାର୍ଯ୍ୟକାଳ ଶେଷ କରି ଦିଆଗଲା। ହେଲେ ଏବେ ବଡ଼ ପ୍ରଶ୍ନ ହେଲା, କମିସନ ରିେପାର୍ଟରେ କଣ େଲଖିଛନ୍ତି, ତାହା ଏଯାଏ ବିଧାନସଭାରେ ଉପସ୍ଥାପିତ େହାଇନାହିଁ କିମ୍ବା ସରକାର ସାର୍ବଜନୀନ କରିନାହାନ୍ତି। କମିସନଙ୍କ ସୁପାରିସ କ୍ରମେ ଯଦି ଏଭଳି କାର୍ଯ୍ୟ ଚାଲିଥାଏ, ତେବେ ତାହା େବଆଇନ େବାଲି େସ ଯୁକ୍ତି ଦର୍ଶାଇଛନ୍ତି। ସରକାର ଏଥିରୁ କ୍ଷାନ୍ତ ରହିବା ପାଇଁ ମଧ୍ୟ ସେ ଅନୁେରାଧ କରିଛନ୍ତି।

ପୁରୀର ନବକଳେବର େନଇ ସରକାରଙ୍କ େଯାଜନାକୁ କଡ଼ା ସମାେଲାଚନା କରି ଶ୍ରୀ ମହାପାତ୍ର କହିଛନ୍ତି, ମହାପ୍ରଭୁଙ୍କ ନବକଳେବର ସମୟରେ ୫୦୦ େକାଟି ଖର୍ଚ୍ଚ କରାଯିବ େବାଲି ସରକାର କହିଥିେଲ। ଯଦି ଏହି ଅର୍ଥ ଖର୍ଚ୍ଚ େହାଇଥାନ୍ତା, ତେବେ ବଡ଼ଦାଣ୍ଡ ଆଜି ଭାସୁନଥାନ୍ତା। େଲାକଙ୍କୁ ସରକାର ତ୍ୟାଗ କରିବା ପାଇଁ ଶିଖାଇ ନିଜେ ଲୁଟିବେ, ଏସବୁକୁ ବରଦାସ୍ତ କରାଯିବ ନାହିଁ।

ବିଜୟଙ୍କ ମନ୍ତବ୍ୟ ଉପରେ ବିଜେଡି ତତ୍କାଳ ପ୍ରତିକ୍ରିୟା ପ୍ରକାଶ କରିଛି। ବିଜେଡି ମୁଖପାତ୍ର ତଥା ସାଂସଦ ଅମର ପଟ୍ଟନାୟକ କୋର୍ଟ ଅବମାନନାର ଧମକ ଦେଇଛନ୍ତି। କହିଛନ୍ତି, ଶ୍ରୀମନ୍ଦିରର ସୁରକ୍ଷା ପାଇଁ ହିଁ ଏହି ଉଚ୍ଛେଦ କାର୍ଯ୍ୟ ଜାରି ରହିଛି। ଏହି ଉଚ୍ଛେଦ ସପକ୍ଷରେ ସୁପ୍ରିମକୋର୍ଟ ଓ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି। ଏମିତିକି ଉଚ୍ଛେଦକୁ ବିେରାଧ କରି େଯଉଁମାନେ ସୁପ୍ରିମକୋର୍ଟ ଯାଇଥିଲେ, ସେମାନଙ୍କ ଆବେଦନକୁ ସର୍ବୋଚ୍ଚ ନ୍ୟାୟାଳୟ ଗ୍ରହଣ କରିନାହାନ୍ତି। ଏଣୁ ଏହା ବିେରାଧରେ କୌଣସି ମତ ମନ୍ତବ୍ୟ ବା ପ୍ରତିକ୍ରିୟା ରଖିବା ‘ଅଦାଲତ ଅବମାନନା’ ସହ ସମାନ େବାଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ସମ୍ବନ୍ଧିତ ଖବର