‘ସମ୍ବାଦ’ର ପୂର୍ବତନ ପ୍ରକାଶକଙ୍କ ସ୍ମୃତିରେ ବିଜୟ ପଟ୍ଟନାୟକ ମେମୋରିଆଲ ଟ୍ରଷ୍ଟ

ଭୁବନେଶ୍ବର: ଦୈନିକ ଖବରକାଗଜ ‘ସମ୍ବାଦ’ର ପୂର୍ବତନ ପ୍ରକାଶକ ବିଜୟ ପଟ୍ଟନାୟକଙ୍କ ସ୍ମୃତିରେ ଗଢି ଉଠିଛି ବିଜୟ ପଟ୍ଟନାୟକ ମେମୋରିଆଲ ଟ୍ରଷ୍ଟ। ଟ୍ରଷ୍ଟର ପ୍ରଥମ ବୈଠକରେ ବିଜୟ ପଟ୍ଟନାୟକଙ୍କ ସ୍ମୃତି ଚାରଣ କରାଯାଇଛି। ବିଜୟ ପଟ୍ଟନାୟକଙ୍କ ଆଦର୍ଶ, ସାମାଜିକ କାର୍ଯ୍ୟକ୍ରମ ଏବଂ ଆର୍ଥିକ ଅନଗ୍ରସର ଲୋକମାନଙ୍କୁ ସାହାଯ୍ୟ ସହଯୋଗର ଚିନ୍ତାଧାରାକୁ ମନେ ରଖିବା ପାଇଁ ଗଢି ଉଠିଥିବା ବିଜୟ ପଟ୍ଟନାୟକ ମେମୋରିଆଲ ଟ୍ରଷ୍ଟ ପ୍ରଥମ ବୈଠକ ଆୟୋଜିତ ହୋଇଛି।

ସାମ୍ବାଦିକତା କ୍ଷେତ୍ରରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ସାମ୍ବାଦିକ, ଘରେ ଘରେ ଖବରକାଗଜ ପହଞ୍ଚାଉଥିବା ଶ୍ରେଷ୍ଠ ହକର, ମାଟ୍ରିକ ପରୀକ୍ଷାରେ ଟପର ସ୍ଥାନରେ ଥିବା ଛାତ୍ରଛାତ୍ରୀ ତଥା ଶିଶୁ ଶ୍ରମିକରୁ ନିଜକୁ ମୁକ୍ତ କରିଥିବା ବ୍ୟକ୍ତିଙ୍କୁ ବିଜୟ ପଟ୍ଟନାୟକଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ସମ୍ମାନିତ କରିବାକୁ ନିଷ୍ପତ୍ତି ନେଇଛି ଟ୍ରଷ୍ଟ। ଟ୍ରଷ୍ଟର ଅଧ୍ୟକ୍ଷ ତଥା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଏହି ଅବସରରେ ଉପସ୍ଥିତ ରହି ବିଜୟ ପଟ୍ଟନାୟକଙ୍କ ସହିତ ବିତାଇଥିବା ମୁହୂର୍ତ୍ତକୁ ମନେ ପକାଇଥିଲେ। ଶ୍ରାଦ୍ଧବାର୍ଷିକୀକୁ ଶୋକ ସହ ନୁହଁ ବରଂ ଉତ୍ସବ ଭଳି ପାଳନ କରିବାକୁ କହିଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ। ଏହି ଅବସରରେ ଟ୍ରଷ୍ଟ ପକ୍ଷରୁ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଉପଲକ୍ଷେ ଅଜୟ କୁମାର ପଟ୍ଟନାୟକଙ୍କ ରଚିତ ଜଗନ୍ନାଥ ଜଣାଣ ‘ଘଣ୍ଟ ବାଜୁଛି’କୁ ଲୋକାର୍ପଣ କରିଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ।

ସମ୍ବନ୍ଧିତ ଖବର