ଭୁବନେଶ୍ୱର: ବିଜେପୁର ବିଧାନସଭା ଉପନିର୍ବାଚନର ଅଷ୍ଟମ ରାଉଣ୍ଡ୍‌ ଭୋଟ୍‌ ଗଣତି ଶେଷ ସୁଦ୍ଧା ବିଜେଡି ପ୍ରାର୍ଥିନୀ ରୀତା ସାହୁ ୫୮୨୭୭ ଭୋଟ୍‌ରେ ଆଗୁଆ ରହିଛନ୍ତି। ବିଜେପି ୧୬୧୨୯, କଂଗ୍ରେସ ୨୨୦୯ ପ୍ରାର୍ଥୀମାନେ ଖଣ୍ଡ ଭୋଟ୍‌ ପାଇଛନ୍ତି।

Advertisment

ସପ୍ତମ ରାଉଣ୍ଡ୍‌ ଭୋଟ୍‌ ଗଣତି ଶେଷ ସୁଦ୍ଧା ବିଜେଡି ପ୍ରାର୍ଥିନୀ ରୀତା ସାହୁ ୫୨୩୧୭ ଖଣ୍ଡ ଭୋଟ୍‌ରେ ଆଗୁଆ ଥିଲେ। ସପ୍ତମ ରାଉଣ୍ଡ୍‌ ଶେଷ ସୁଦ୍ଧା ବିଜେପି ୧୩୬୨୩ ଖଣ୍ଡ ଏବଂ କଂଗ୍ରେସ ୨୦୫୨ ପ୍ରାର୍ଥୀମାନେ ଖଣ୍ଡ ଭୋଟ୍‌ ପାଇଥିଲେ।

ଚତୁର୍ଥ ରାଉଣ୍ଡ୍‌ ଭୋଟ୍‌ ଗଣତି ଶେଷ ସୁଦ୍ଧା ବିଜେପି ୯୫୦୭ ଖଣ୍ଡ ଭୋଟ୍‌ ପାଇଥିବା ବେଳେ କଂଗ୍ରେସକୁ ମିଳିଛି ୧୪୩୫ ଖଣ୍ଡ ଭୋଟ୍‌।
ପ୍ରଥମ ରାଉଣ୍ଡ୍‌ରେ ବିଜେଡି ୪୭୮୮ ଖଣ୍ଡ ଭୋଟ୍‌ରେ ଆଗୁଆ ଥିଲା। ତା’ପଛକୁ ବିଜେପି ୨, ୨୧୭ ଖଣ୍ଡ ଭୋଟ୍‌ ଏବଂ କଂଗ୍ରେସ ୩୧୭ ଖଣ୍ଡ ଭୋଟ୍‌ ପାଇ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଥିଲେ।

ତୃତୀୟ ରାଉଣ୍ଡରେ ମଧ୍ୟ ବିଜେଡ଼ି ଆଗୁଆ ଥିଲା । ତୃତୀୟ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କୁ ୨୨, ୪୭୩ଖଣ୍ଡ ଭୋଟ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ସନତ୍ ଗଡ଼ତିଆଙ୍କୁ ମିଳିଥିଲା ୬୦୦୦ ଖଣ୍ଡ ଭୋଟ । ଅନ୍ୟପଟେ ଚଳିତ ଉପନିର୍ବାଚନରେ କଂଗ୍ରେସ ପ୍ରଦର୍ଶନ ନିରାଶଜନକ ରହିଛି । କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ ପଣ୍ଡାଙ୍କୁ  ତୃତୀୟ ରାଉଣ୍ଡରେ ମିଳିଥିଲା ମାତ୍ର ୮୧୫ ଖଣ୍ଡ ଭୋଟ୍।
ପ୍ରଥମ ରାଉଣ୍ଡ୍‌ରେ ବିଜେଡି ୪୭୮୮ ଖଣ୍ଡ ଭୋଟ୍‌ରେ ଆଗୁଆ ଥିଲା। ତା’ପଛକୁ ବିଜେପି ୨, ୨୧୭ ଖଣ୍ଡ ଭୋଟ୍‌ ଏବଂ କଂଗ୍ରେସ ୩୧୭ ଖଣ୍ଡ ଭୋଟ୍‌ ପାଇ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଥିଲେ।
ପଦ୍ମପୁରରେ ୧୪ଟି କାଉଣ୍ଟିଙ୍ଗ ଟେବୁଲରେ ଭୋଟ୍ ଗଣତ ହେଉଛିି । ୧୦୩ ଜଣ ଅଧିକାରୀ ଗଣତି କରୁଛନ୍ତି । ପ୍ରତ୍ୟକ ଟେବୁଲ ପାଇଁ ଜଣେ ଲେଖାଏ ମାଇକ୍ରୋ ଅବଜର୍ଭର ରହି ତଦାରଖ କରୁଛନ୍ତି । ଗଣତି କେନ୍ଦ୍ର ଓ ଏହାର ଆଖପାଖ ଅଂଚଳକୁ କଡା ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି। ଚଳିତ ଥର ଉପନିର୍ବାଚନରେ ୭୯ ଦଶମିକ ୧୭ ପ୍ରତିଶତ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଛନ୍ତି । ଏହି ଫଳାଫଳ ଉପରେ ମୁଖ୍ୟମନ୍ତ୍ରୀଙ୍କ ପାଇଁ ସମ୍ମାନର ପ୍ରଶ୍ନ ହୋଇଥିବାବେଳେ ବିରୋଧୀଙ୍କ ପାଇଁ ଏକ ବଡ ପରୀକ୍ଷା ବୋଲି କୁହାଯାଉଛି । ତେବେ ଅପରାହ୍ଣ ସୁଦ୍ଧା ଚିତ୍ର ସ୍ପଷ୍ଟ ହୋଇଯିବାର ସମ୍ଭାବନା ରହିଛି ।