ବରଗଡ଼: ବିଜେପୁର ମତଦାନ ପାଇଁ ପ୍ରସ୍ତୁତ ହୋଇସାରିଛି। ବିଜେଡିର ରୀତା ସାହୁ, ବିଜେପିର ସନତ ଗଡ଼ତିଆ ନା’ କଂଗ୍ରେସର ଦିଲ୍ଲୀପ ପଣ୍ଡା କାହାକୁ ଭରସା କରିବେ ଲୋକେ ସେ ନେଇ ଚର୍ଚ୍ଚା ଜୋରସୋର ଚାଲିଛି।

Advertisment

publive-image

ଏହି ଆସନ ବିଜେଡି ପାଇଁ ସମ୍ମାନର ପ୍ରଶ୍ନ ହୋଇଥିବା ବେଳେ ଏହାକୁ କବଜା କରିବା ପାଇଁ ବିଜେପି ଓ କଂଗ୍ରେସ ଲାଗିପଡିଛନ୍ତି । ଗୋଟିଏ ପଟେ ନବୀନଙ୍କ ଲୋକପ୍ରିୟତା ଓ ବିଜେଡି ସଂଗଠନ, ଅନ୍ୟପଟେ ରହିଛି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ରଣନୀତି ଏବଂ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ରଣକୌଶଳ । ଆସନ୍ତାକାଲି ୨ ଲକ୍ଷ ୩୨ହଜାର ଭୋଟର ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ।

publive-image

-ଉପନିର୍ବାଚନ ପାଇଁ ବିଜେପୁରରେ ହୋଇଛି ୨୮୫ଟି ପୁଲିଂ ବୁଥ୍‌
-ଏଥିରୁ ୧୩୫ଟି ବୁଥକୁ ସମ୍ବେଦନଶୀଳ ବୁଥ ଭାବେ ଚିହ୍ନଟ କରାଯାଇଛି
-ଏହି ସମସ୍ତ ସମ୍ବେଦନଶୀଳ ବୁଥରେ ହୋଇଛି ବ୍ୟାପକ ସୁରକ୍ଷା ବ୍ୟବସ୍ଥା
-୭ଟି ବୁଥରେ ୱେବ କାଷ୍ଟିଂ ଏବଂ ୧୪ଟି ବୁଥରେ ସିସିଟିଭି ବ୍ୟବସ୍ଥା
-୧୬ଟି ବୁଥରେ ଭିଡିଓଗ୍ରାଫି ଏବଂ ୭୭ଟି ସ୍ଥାନରେ ମାଇକ୍ରୋ ଅବଜରଭର ନିଯୁକ୍ତ